କମିଲା ସୁନା ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: କମିଲା ସୁନା ଦର। ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ଦରରେ ହ୍ରାସ ଘଟିଛି। ଯାହାର ପ୍ରଭାବ ଭାରତୀୟ ଘରୋଇ ବଜାରରେ ଦେଖିବାକୁ ମିଳୁଛି। ଗତକାଲି ସୁନା ଓ ରୂପା ଦର ହ୍ରାସ ପରେ ଆଜି ମଧ୍ୟ ଦରରେ ହ୍ରାସ ଘଟିଛି। ଆଜି ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ୧୦ ଗ୍ରାମ ପିଛା ୩୪.୦୦ ଟଙ୍କା ହ୍ରାସ ପାଇ ୫୦୦୪୭.୦୦ ଟଙ୍କାରେ ପହଞ୍ଚିଛି।
ଏଥିସହିତ ରୂପା କିଲୋଗ୍ରାମରେ ୧୪୩.୦୦ ଟଙ୍କା ହ୍ରାସ ପାଇ ୬୬୭୨୮.୦୦ ଟଙ୍କା କାରବାର ହୋଇଛି। ଏହି ହ୍ରାସକୁ ଦୃଷ୍ଟିରେ ରଖି ଆକ୍ସିସ୍ ସିକ୍ୟୁରିଟିସ୍ ବିଶ୍ୱାସ କରେ ଯେ, ଆଗାମୀ ସମୟରେ ସୁନା ଉପରେ ଚାପ ପଡ଼ିବ। ଯେଉଁଥିପାଇଁ ଏହାର ମୂଲ୍ୟ ବହୁତ ବୃଦ୍ଧି ହେବାର ସମ୍ଭାବନା ନାହିଁ।
ଆମେରିକାର ଗୋଲ୍ଡ ଫ୍ୟୁଚର ୦.୧ ପ୍ରତିଶତ ହ୍ରାସ ହୋଇ ପ୍ରତି ଔନ୍ସ ୧୮୬୮.୧୦ ଡଲାରରେ ପହଞ୍ଚିଛି। ସେହିପରି ବିଶ୍ୱର ସର୍ବବୃହତ ସୁନା ETF, SPDR ଗୋଲ୍ଡ ଟ୍ରଷ୍ଟର ହୋଲ୍ଡିଂ ୦.୨୦ ପ୍ରତିଶତ ହ୍ରାସ ପାଇ ପ୍ରତି ଔନ୍ସ ୧୧୬୭.୫୩ ଟନରେ ପହଞ୍ଚିଛି ଓ ଏହି ସମୟରେ ରୂପା ଏକ ପ୍ରତିଶତ ବୃଦ୍ଧି ହୋଇ ପ୍ରତି ଔନ୍ସ ୨୫.୮୩ ଡଲାରରେ ପହଞ୍ଚିଛି।
Comments are closed.