ସ୍ବାମୀକୁ ମାରି ଘର ପଛ ପଟେ ପୋଡ଼ି ଦେଇଥିଲା ସ୍ତ୍ରୀ

ବାଲିପାଟଣା: ସାମାନ୍ୟ ଝଗଡ଼ାରୁ ସ୍ୱାମୀଙ୍କ ଜୀବନ ନେଇଗଲା ସ୍ତ୍ରୀ। ସ୍ବାମୀଙ୍କୁ ହତ୍ୟା କରି ପୋଡ଼ିଦେଇଛି ସ୍ତ୍ରୀ। ତିନିମାସ ପରେ ଅଧାପୋଡା ଖପୁରି ଏବଂ ହାଡ଼ ମିଳିଛି ଘର ବାରି ପଟୁ। ଏଭଳି ଏକ ଲୋମଟାଙ୍କୁର ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବନମାଳିପୁର ଗ୍ରାମରେ।
ପ୍ରକାଶ ଯେ, ବନମାଳିପୁର ଗାଁର ୪୫ ବର୍ଷୀୟ ନିଧତ୍ରାମ ଗିରି ପ୍ରାୟ ତିନିମାସ ହେବ ଗ୍ରାମରେ ଦେଖାଯାଉନଥିଲେ । ସଂଧ୍ୟ୍ୟା ଚା ଖଟିରେ ନିଧତ୍ରାମଙ୍କ ସମ୍ପର୍କରେ ଚର୍ଚ୍ଚ। ଆରମ୍ଭ ହେଲା। ତିନିମାସ ହେବ କୁଆଡେ ଗଲେ ନିଧତ୍ରାମ। ଏ ସମ୍ପର୍କରେ ନିଧତ୍ରାମଙ୍କ ସ୍ତ୍ରୀ ଲିଲି ଗିରିଙ୍କୁ ଗ୍ରାମର ଜଣେ ଯୁବକ ପଚରିଥିଲେ। ଲିଲି ଏହି କଥାରେ ହଡବଡେଇ ଯାଇଥିଲେ। ତେବେ କୌଣସି ସନ୍ତୋଷଜନକ ଉତ୍ତର ଦେଇଥିଲେ ଲିଲି।
ସେପଟେ ଯୁବକଙ୍କ ସନ୍ଦେହ ବଢିଥିଲା। ପୁଣିଥରେ ଲିଲିଙ୍କୁ ନିଧତ୍ରାମଙ୍କ ସମ୍ପର୍କରେ ପଚରିଥିଲେ। ଶେଷରେ ନିଧତ୍ରାମଙ୍କୁ ମାରି ବାରିରେ ପୋଡି ପୋତିଦେଇଥିବା କଥା ସ୍ୱୀକାର କରିଥିଲେ ଲିଲି। ଏହି ଖବରଟି ବିଜୁଳି ବେଗରେ ପ୍ରସାରିତ ହୋଇଥିଲେ। ବାଲିପାଟଣା ପୋଲିସ୍ କୁ ହତ୍ୟାକାଣ୍ଡ ସମ୍ପର୍କରେ ଅବଗତ କରାଇଥିଲେ ଗ୍ରାମବାସୀ। ହତ୍ୟା କାଣ୍ଡର ଖବର ପାଇବା ପରେ ପୋଲିସ ଗାଁରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଥିଲେ ।
ଏପିରିକି ମୃତଦେହ ପୋଡାଯାଇଥିବା ସ୍ଥାନକୁ ଯାଇଥିଲା। ସେହି ସ୍ଥାନରେ ଅଧାପୋଡା ମଣିଷ ଖପୁରୀ, ହାଡ ଦେଖିବାକୁ ପାଇଥିଲା ପୋଲିସ। ଅଧାପୋଡ଼ା ଖପୁରୀ ଓ ହାଡ଼କୁ ଲୁଚାଇବା ପାଇଂ କିଛି ଅଳିଆ ପକାଯାଇଥିଲା। ଦୁର୍ଗନ୍ଧ ଯୋଗୁଁ ଲୋକଙ୍କର ସନ୍ଦେହ ହେବ, ସେଥିପାଇଁ ସେହି ସ୍ଥାନରେ ସଢା ପରିବା ମଧ୍ୟ ପକାଉଥିଲେ ଲିଲି। ପୋଲିସ ଲିଲିକୁ ଅଟକ ରଖି ପଚରାଉଚରା ଜାରି ରଖିଛି।
Comments are closed.