ଅପହରଣ ଘଟଣା: ୩ ଦୁର୍ବୁତ୍ତ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ପୁଲିସ ଆଜି ତିନି ଜଣ ଦୁର୍ବୁତ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ଗନ୍ଧର୍ବ ଓଝା, ଚିତ୍ରସେନ ଓଝା, ବୁଲୁ ପ୍ରଧାନ, ଏମାନେ ସମସ୍ତେ କଟକ ଅଞ୍ଚଳର ବୋଲି ଜଣାପଡିଛି।
ସୂଚନା ଅନୁଯାଇ ବଡ଼ଚଣା ଥାନା ଅଧୀନ ବଡ଼ଘୁମୁରି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଚାରିମାସ ପୂର୍ବରୁ ଏକ ସିମେଣ୍ଟ ଦୋକାନରେ ବସିଥିବା ସମୟରେ ତାଙ୍କୁ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଅପହରଣ କରି ନେଇଥିଲେ।
ପାଞ୍ଚ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ, ଯାହାକୁ ନେଇ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ସେ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ବନ୍ଧୁକ, ଗୋଟିଏ କାର ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ସମ୍ପୃକ୍ତ ଘଟଣାରେ ଆଉ ତିନି ଜଣଙ୍କୁ ଗିରଫ କରିଛି ବଡ଼ଚଣା ପୋଲିସ।
Comments are closed.