ଆଜି ଚାନ୍ଦିପୁରରେ ହେବ ମିଜାଇଲ ପରୀକ୍ଷଣ

ବାଲେଶ୍ୱର: ଆଜି ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ପରୀକ୍ଷଣ କେନ୍ଦ୍ରରୁ ଏକ ଉନ୍ନତ ମାନର ମିଜାଇଲ ପରୀକ୍ଷା କରାଯିବ। ଏଥିପାଇଁ ଡିଆରଡିଓର ପରୀକ୍ଷଣ କେନ୍ଦ୍ରଠାରୁ ଅଢେଇ କିଲୋମିଟର ଦୂରତା ମଧ୍ୟରେ ଥିବା ୪ଟି ପଞ୍ଚାୟତର ୬ଖଣ୍ଡ ଗାଁର ଲୋକଙ୍କୁ ଅସ୍ଥାୟୀ ଭାବେ ବିସ୍ଥାପିତ କରାଯାଉଛି ।
୪ଟି ପଞ୍ଚାୟତର ପାଖାପାଖି ୮ ହଜାର ଲୋକଙ୍କୁ ପରୀକ୍ଷା ସରିବା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ୪ଟି ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଛି।
Comments are closed.