ଓଡ଼ିଶା କ୍ୟାରିୟର ପୋର୍ଟାଲର ଶୁଭାରମ୍ଭ
ଭୁବନେଶ୍ବର: ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡ଼ିଶା କ୍ୟାରିଆର୍ ପୋର୍ଟାଲ୍ର ଶୁଭାରମ୍ଭ କରିଛି। ଏହା ସହିତ ମନ୍ତ୍ରୀ କହିଛନ୍ତି ଯେ, ଏହି ନୂତନ ଓଡ଼ିଶା କ୍ୟାରିଅର୍ ପୋର୍ଟାଲ୍ ଏକ ଅଦ୍ୱିତୀୟ ଏବଂ ସମୟୋପଯୋଗୀ। ଯେତେବେଳେ କୋଭିଡ୍-୧୯ ମହାମାରୀ ଦ୍ୱାରା କବଳିତ, ପୂର୍ବର ଶିକ୍ଷା ବ୍ୟବସ୍ଥାରେ ଏକ ଜରୁରୀକାଳୀନ ସହାୟତା ରୂପେ ଶିକ୍ଷାର୍ଥୀମାନଙ୍କ ଦ୍ୱାରା ସେମାନେ ଅନ୍ବେଷଣ କରୁଥିବା ଆବଶ୍ୟକୀୟ ବୃତ୍ତିଗତ ଶିକ୍ଷାପ୍ରାପ୍ତି ନିମନ୍ତେ ଏକ ଯଥାର୍ଥ ସୂଚନାଦାତା ରୂପେ କାର୍ଯ୍ୟ କରିବ।
କ୍ୟାରିଅର୍ ପୋର୍ଟାଲ୍ରେ ସର୍ବାଧିକ ଚିତ୍ତାକର୍ଷକକାରୀ ଦିଗଟି ହେଲା, ଏହାର ସମସ୍ତ ପାଠ୍ୟ ବଷୟ ଗୁଡ଼ିକରେ ଆଞ୍ଚଳିକ ଭାବାପନ୍ନତା ଏବଂ ସାଂପ୍ରତିକତା ବଜାୟ ରହିଛି। ଶିକ୍ଷାର୍ଥୀମାନେ ଏହାର ଡ୍ୟାସ୍ବୋର୍ଡକୁ ଖୁବ୍ ସହଜରେ ନିଜର ଆଇଡି ଦ୍ୱାରା ଲଗ୍ଇନ୍ କରି ଏହାକୁ ଖୋଲିପାରିବେ ଏବଂ ଆବଶ୍ୟକୀୟ ସୂଚନା ପାଇବା ସହିତ ତତ୍ସମ୍ବନ୍ଧୀୟ ନିଜର ସନ୍ଦେହମୋଚନ କରିପାରିବେ ଏବଂ ସଠିକ୍ ଭାବେ ସେଥିରେ ଶିକ୍ଷାପ୍ରାପ୍ତି ନିମନ୍ତେ ଆବେଦନ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଥିଲେ।
ୟୁନିସେଫ୍ ସହଯୋଗରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା କ୍ୟାରିଅର୍ ପୋର୍ଟାଲ୍ର ଶୁଭାରମ୍ଭ ହୋଇଛି। ଯଦ୍ଦ୍ୱାରା ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍ତରର ଶିକ୍ଷାର୍ଥୀମାନେ ନିଜର ଭବିଷ୍ୟତ ବୃତ୍ତିଗୁଡ଼ିକ ସମ୍ବନ୍ଧରେ ଜାଣିବା ସହିତ ତତ୍ସମ୍ବନ୍ଧୀୟ ବିଶେଷଜ୍ଞ ପରାମର୍ଶ ମଧ୍ୟ ପାଇପାରିବେ। ନିଜର ଲଗ୍ଇନ୍ ଆଇଡି ଏବଂ ପାସ୍ୱାର୍ଡ ମାଧ୍ୟମରେ www.odishacareerportal.com କୁ ଲଗ୍ଇନ୍ କରି ସେମାନେ ଏହି ସହାୟତା ପାଇପାରିବେ।
Comments are closed.