ଗଞ୍ଜାମ ଜିଲ୍ଲାବାସୀଙ୍କୁ ସତର୍କ ନିର୍ଦ୍ଦେଶ, ବିନା ଅନୁମତିରେ ଛାଡନି ହେଡକ୍ୱାର୍ଟର୍ସ

ବ୍ରହ୍ମପୁର: ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ପୁଣି ଥରେ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନା। ଏପରି ସ୍ଥିତିରେ କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାବାସୀଙ୍କୁ ଆଗୁଆ ସତର୍କ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।
ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଞ୍ଜାମ ପୁଣି ଥରେ କରୋନା କାୟା ମେଲାଇବା ଆଶଙ୍କା କରି ସରକାରୀ କର୍ମଚାରୀ ହେଡକ୍ୱାର୍ଟର୍ସ ଛାଡ଼ିବା ଉପରେ ରୋକ୍ ଲଗାଇଛନ୍ତି। ବିନା ଅନୁମତିରେ ହେଡକ୍ୱାର୍ଟର୍ସ ନ ଛାଡ଼ିବାକୁ ଦିଆଯାଇଛି କଡ଼ା ନିର୍ଦ୍ଦେଶ। ଏଥିସହ ପିକନିକ୍ ସ୍ପଟ୍ ଏବଂ ଗୋପାଳପୁର ବେଳାଭୂମିରେ ଯେଭଳି ଭିଡ଼ ନହୁଏ ତା ଉପରେ ମଧ୍ୟ ନଜର ରଖିବାକୁ ଜିଲ୍ଲାପାଳ ତାଗିଦ୍ କରିଛନ୍ତି।