କରୋନା ଟିକା ନେଲେ ସାଉଦି ପ୍ରିନ୍ସ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ସାରା ବିଶ୍ବବାସୀଙ୍କୁ ହନ୍ତସନ୍ତ କରି ସାରିଲାଣି। ଏସବୁ ମଧ୍ୟରେ ବିଶ୍ବର କିଛି ଦେଶରେ କରୋନାର ନୂଆ ଷ୍ଟ୍ରେନ୍ ଦେଖିବାକୁ ମଧ୍ୟ ମିଳିଛି। ଯାହାକୁ ନେଇ ଚିନ୍ତିତ ବିଶ୍ବବାସୀ। ଅପରପକ୍ଷେ ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ବିନ୍ ସଲମାନ୍ କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି।
ସୂଚନାଥାଉକି, ବିଶ୍ୱର ଅନେକ ମୁସଲିମ୍ ଦେଶ କରୋନା ଭ୍ୟାକସିନ୍ର ବ୍ୟବହାର ନେଇ ପ୍ରଶ୍ନ ଉଠାଉଛନ୍ତି। ଘୁଷୁରିର ଚର୍ବିକୁ ଭ୍ୟାକ୍ସିନ୍ରେ ବ୍ୟବହାର ନେଇ ଅନେକ ମୁସଲିମ ଦେଶ ପ୍ରଶ୍ନ ଉଠାଇଛନ୍ତି। ଠିକ ଏତିକିବେଳେ କ୍ରାଉନ୍ ପ୍ରିନ୍ସ କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି।
Saudi Arabian Crown Prince Mohammed bin Salman (in file picture) has received his first dose of the COVID-19 vaccine, reports Reuters quoting Saudi Press Agency. pic.twitter.com/XsJCH8lTcJ
— ANI (@ANI) December 25, 2020
କ୍ରାଉନ ପ୍ରିନ୍ସ ଟିକା ନେବା ପରେ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ତାଙ୍କୁ ପ୍ରଂଶସା କହିଛନ୍ତି। ସାଉଦି ପ୍ରିନ୍ସ ଟିକା ନେବା ଦ୍ୱାରା ଦେଶବାସୀଙ୍କ ପାଇଁ ଏକ ପ୍ରେରଣଦାୟକ ଖବର। ଏହାଦ୍ୱାରା ନାଗରିକ ମାନେ ଟିକା ନେବାକୁ ଆଗକୁ ଆସିବେ ବୋଲି ସେ କହିଛନ୍ତି।
Comments are closed.