୯ ମାସ ପରେ ଖୋଲିଲା ଶ୍ରୀ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର: ଦୀର୍ଘ ୯ ମାସ ପରେ ଆଜି ଠାରୁ ଆଜି ସେବାୟତ ପରିବାର ପାଇଁ ଖୋଲିଛି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର। ପୁରୀ ଶ୍ରୀମନ୍ଦିର ଢ଼ାଞ୍ଚାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପ୍ରଥମେ ଦର୍ଶନ କରିବେ କେବଳ ସେବାୟତ ଓ ସେମାନଙ୍କ ପରିବାର। ଆଜିିଠାରୁ ଆଗାମୀ ୩୧ ତାରିଖ ଯାଏଁ ସେବାୟତ ପରିବାରକୁ ଲିଙ୍ଗରାଜଙ୍କ ଦର୍ଶନ ଅନୁମତି ମିଳିବ। ତେବେ କେବଳ କୋଭିଡ କଟକଣା ଭିତରେ ଏହି ଦର୍ଶନ ଅନୁମତି ଦିଆଯିବ।
ନୂଆବର୍ଷରେ ୨ ଦିନ ବନ୍ଦ ରହିବ ଦର୍ଶନ। ଜାନୁଆରୀ ୧ ଓ ୨ ତାରିଖରେ ଲିଙ୍ଗରାଜ ମନ୍ଦିରରେ ଦର୍ଶନ ବନ୍ଦ ରହିବ ବୋଲି ନିଷ୍ପତି କରିଛି ଭୁବନେଶ୍ୱର ମହାନଗର ନିଗମ । ୩ ତାରିଖରୁ ଭୁବନେଶ୍ୱରବାସୀ ଦର୍ଶନ କରିପାରିବେ। ଏଥିପାଇଁ ଅନ୍ୟୁନ ୫ ଦିନ ପୂର୍ବରୁ କୋଭିଡ ନେଗେଟିଭ ରିପୋର୍ଟ ଆଣିବେ ଭକ୍ତ। ଅର୍ଥାତ କୋଭିଡ ନେଗେଟିଭ ଥିଲେ ହିଁ ଦର୍ଶନ ଅନୁମତି ମିଳିବ। ଏଥିପାଇଁ ମନ୍ଦିର ବାହାରେ ଥର୍ମାଲ ସ୍କ୍ରିନିଂ ଓ ଆଟିଜେନ ଟେଷ୍ଟ ସେଂଟର ଖୋଲିବ ବିଏମସି। ଜାନୁଆରୀ ୬ ତାରିଖ ପରେ ଭୁବନେଶ୍ୱର ବାହାର ଲୋକଙ୍କୁ ଦର୍ଶନ ଅନୁମତି ମିଳିବ। ହେଲେ ଜାନୁଆରୀ ୩୧ ତାରିଖ ଯାଏଁ ସାହାଣ ଦର୍ଶନ ବା ଗର୍ଭଗୃହ ଦର୍ଶନ ଅନୁମତି ଦିଆଯିବ ନାହିଁ ବୋଲି ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି।
ପ୍ରକାଶ ଯେ, ରାଜ୍ୟରେ ଥିବା ସମସ୍ତ ବଡ଼ ବଡ଼ ମନ୍ଦିର ଖୋଲିବାକୁ ସରକାର ପ୍ରୟାସ କରୁଛନ୍ତି। ଏହି ପରିପେକ୍ଷୀରେ ପ୍ରଥମେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର କୋଭିଡ କଟକଣା ଭିତରେ ଖୋଲା ଯାଇଥିବା ବେଳେ ପ୍ରଥମେ ସେବାୟତ ଓ ତାଙ୍କ ପରିବାର ଲୋକଙ୍କୁ ମହାବାହୂଙ୍କ ଦର୍ଶନ କରିବାର ସୁଯୋଗ ମିଳିଛି। ଅନ୍ୟପଟେ କରୋନା ଗ୍ରାଫ୍ ରାଜ୍ୟରେ ଦୈନିକ ହ୍ରାସ ପାଉଥିବା ବେଳେ ଏବେ କରୋନାର ନୂଆ ଷ୍ଟ୍ରେନ୍ କୁ ନେଇ ଚିନ୍ତାରେ ଅଛନ୍ତି ରାଜ୍ୟ ସରକାର।
Comments are closed.