ଚିନ୍ତା ବଢାଇଲେ ବ୍ରିଟେନ୍ ଫେରନ୍ତା, ୬୨ ଜଣଙ୍କର ମିଳୁନି ପତ୍ତା
![](https://www.odishalink.com/wp-content/uploads/2020/12/62-britain-returnee-address.jpg)
ଭୁବନେଶ୍ବର : ବିଶ୍ବରେ କରୋନା ଭାଇରସର ନୂଆ ଷ୍ଟେନ୍ ଏବେ ଚିନ୍ତାର କାରଣ ପାଲଟିଛି। ଏହି ଭାଇରସ୍ ଖାସ୍ କରି ବ୍ରିଟେନ୍, ଦକ୍ଷିଣ ଆଫ୍ରିକା, ଇଟାଲୀ, ଡେନମାର୍କ, ଅଷ୍ଟ୍ରେଲିଆରେ ଦେଖାଦେଇଛି। ଯାହା ବର୍ତ୍ତମାନ ଚିନ୍ତାର କାରଣ ହୋଇଛି। ତେବେ ନୂଆ ଧରଣର ଏହି ଷ୍ଟେନ୍ ପରୀକ୍ଷା କରିବାକୁ ଭୁବନେଶ୍ବର ଆଇଏଲଏସକୁ ଚିହ୍ନଟ କରାଯାଇଛି ।
ନଭେମ୍ବର ୩୦ ତାରିଖରୁ ଓଡିଶାକୁ ବ୍ରିଟେନ୍ ରୁ ଫେରିଥିଲେ୧୮୧ ଜଣ । ସେମାନଙ୍କ ମଧ୍ୟରୁ ୬୨ ଜଣଙ୍କର ଠିକଣା ମିଳି ପାରୁନାହିଁ, କାରଣ ସେମାନେ ନିଜର ଭୁଲ୍ ମୋବାଇଲ୍ ନମ୍ବର ଓ ଠିକଣା ଦେଇଥିଲେ।
ତେବେ ଏହା ରାଜ୍ୟ ପାଇଁ ଚିନ୍ତାର ବିଷୟ ହୋଇଛି। ଏପର୍ଯ୍ୟନ୍ତ ୬ ବ୍ରିଟେନ୍ ଫେରନ୍ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିସାରିଛି । ଏନେଇ ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।
Comments are closed.