ନରସିଂହ ମିଶ୍ର ସମ୍ପୂର୍ଣ୍ଣ ସୁସ୍ଥ : ଡାକ୍ତର
![](https://www.odishalink.com/wp-content/uploads/2020/10/Narasingha-1.jpg)
ଭୁବନେଶ୍ଵର: ବର୍ତ୍ତମାନ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ସ୍ବାସ୍ଥ୍ୟବସ୍ଥା ରେ ସୁଧାର ଆସିଛି। ଏନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ସେ କଥାବାର୍ତ୍ତା କରୁଛନ୍ତି ବୋଲି ଡାକ୍ତର କହିଛନ୍ତି।
ଡାକ୍ତର ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି କି, ନରସିଂହ ଶରୀରରେ ବ୍ଲଡସୁଗାର ସାଧାରଣ ଅବସ୍ଥାରେ ରହିଛି। କିଛି ବିପଦ ନାହିଁ। କ’ଣ ପାଇଁ ସେ ଅଚେତ ହୋଇପଡ଼ିଲେ ତାହା ଜାଣିବା ଲାଗି ଅବଜରଭେଶନରେ ରଖାଯାଇଛି। ସମସ୍ତ ବିଷୟରେ ଅନୁଧ୍ୟାନ କରାଯିବା ପରେ ତାଙ୍କୁ ଡିସଚାର୍ଜ କରାଯିବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣା ସମ୍ପର୍କରେ ଅବଗତ ହେବା ପରେ ନରସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ପରିବାର ଲୋକଙ୍କ ସହ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରିବା ସହିତ ନରସିଂହଙ୍କ ଆଶୁ ଆରୋଗ୍ୟ ଏବଂ ଉତ୍ତର ସ୍ବାସ୍ଥ୍ୟ କାମନା କରିଛନ୍ତି।
ପ୍ରକାଶ ଯେ, ଆଜି ହଠାତ୍ ପ୍ରଚାର ଗାଡିରେ ଭାଷଣ ଦେବା ସମୟରେ ଅସୁସ୍ଥ ହୋଇପଡିଥିଲେ ବିଧାୟକ ଦଳ ନେତା ନରସିଂହ ମିଶ୍ର । ପରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା।
Comments are closed.