୯୫% ସୁରକ୍ଷା ଦେବ ଅକ୍ସଫୋର୍ଡ ଟିକା: ଆଷ୍ଟ୍ରାଜେନେକା ସିଇଓ

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ବ୍ରିଟିଶ୍ ଫାର୍ମାସ୍ୟୁଟିକାଲ କମ୍ପାନି ଏଷ୍ଟ୍ରାଜେନେକା ଦ୍ବାରା ପ୍ରସ୍ତୁତ କରୋନା ଟିକା ଭାଇରସରୁ ୯୫ ପ୍ରତିଶତ ସୁରକ୍ଷା ଦେବ। ଏଭଳି ଦାବି କରିଛନ୍ତି ଆଷ୍ଟ୍ରାଜେନେକା ସିଇଓ ପାସ୍କଲ ସୋରିଏଟ୍।
ବ୍ରିଟିଶ୍ ଖବରକାଗଜ ‘ସଣ୍ଡେ ଟାଇମ୍ସ’କୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା ଟିକା ଭାଇରସ୍ ବିରୋଧରେ ୯୫ ପ୍ରତିଶତ ଫଳପ୍ରଦ ସାବ୍ୟସ୍ତ ହୋଇଛି। ବୈଜ୍ଞାନିକମାନେ ସଂପୂର୍ଣ୍ଣ ସଫଳ ଫର୍ମୁଲାରେ ଏହି ଟିକା ପ୍ରସ୍ତୁତ କରିଛନ୍ତି, ଯାହାକି କରୋନାର ସମସ୍ତ ପ୍ରଜାତିର ଭୂତାଣୁ ସହ ମୁକାବିଲା କରିବାରେ ସକ୍ଷମ ହେବ ବୋଲି ସେ କହିଛନ୍ତି।
ଭାରତରେ ସିରମ୍ ଇନ୍ଷ୍ଟିଚ୍ୟୁଟ ଅକ୍ସଫୋର୍ଡ ସହ ଚୁକ୍ତି କରି ଏହି ଟିକା ପ୍ରସ୍ତୁତ କରୁଛି। ଭାରତରେ ଏହାର ନାମ କୋଭିସିଲ୍ଡ ରହିଛି ଏବଂ କେନ୍ଦ୍ର ସରକାର ଏହାକୁ ଜରୁରୀ ବ୍ୟବହାର ପାଇଁ ମଂଜୁରି ଦେବାକୁ ବିଚାର କରୁଛନ୍ତି। ଆମେରିକା ଏବଂ ୟୁରୋପ୍ରେ ଟିକାକରଣ ପ୍ରକ୍ରିୟା ଏବେ ଜାରି ରହିଥିବା ବେଳେ ଭାରତରେ ମଧ୍ୟ ଏ ଦିଗରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
Comments are closed.