ଏକାଠି ନଜର ଆସିବେ ରଶ୍ମୀକା ଓ ଅମିତାଭ

ମୁମ୍ବାଇ: ଖୁବ ଶୀଘ୍ର ବଲିଉଡ଼ରେ ପାଦ ଦବାକୁ ଯାଉଛନ୍ତି ଟଲିଉଡ ସୁନ୍ଦରୀ ରଶ୍ମୀକା ମନ୍ଦନା। ସେ ସିନେମା ‘ମିସନ ମଜନୁ’ରେ ନଜର ଆସିବେ। ତେବେ ତାଙ୍କର ପ୍ରଥମ ସିନେମା ରିଲିଜ ହେବା ପୂର୍ବରୁ ଦ୍ୱିତୀୟ ସିନେମା ବି ସାଇନ କରିସାଲେଣି।
ଖୁବ ଶୀଘ୍ର ବଲିଉଡର ବିଗବି ଅମିତାଭ ବଚ୍ଚନଙ୍କ ସହ ସ୍କ୍ରିନ ଶେଆର କରିବେ ରଶ୍ମୀକା। ସିନେମାଟି ହେଲା ‘ଡେଡଲି’। ଏହି ସିନେମାର ଶୁଟିଂ ମାର୍ଚ୍ଚ ୨୦୨୧ରୁ ଆରମ୍ଭ ହେବ। ସିନେମାଟିକୁ ଏକତା କପୁର ଏବଂ ରିଲାଏନ୍ସର ମିଳିତ ପ୍ରଯୋଜନାରେ ନିର୍ମିତ ହେବ।
୨୦୧୬ରେ ରଶ୍ମୀକା ମନ୍ଦାନା କନ୍ନଡ ସିନେମା କିରିକ ପାର୍ଟିରୁ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। କିରିକ ପାର୍ଟି, ଅଞ୍ଜନୀ ପୁତ୍ର, ଗୀତା ଗୋବିନ୍ଦମ୍ ଭଳି ସିନେମାରେ କାମ କରିସାରିଛନ୍ତି ରଶ୍ମୀକା।
ରଶ୍ମୀକା କନ୍ନଡ ବ୍ୟତୀତ ତାମିଲ, ତେଲୁଗୁ ସିନେମାରେ ମଧ୍ୟ କାମ କରିଛନ୍ତି। ରଶ୍ମୀକା ତାଙ୍କ ଅଭିନୟ ପାଇଁ ୨୦୧୭ରେ ସାଉଥ୍ ଇଣ୍ଡିଆନ୍ ଇଣ୍ଟରନ୍ୟାସନାଲ ମୁଭି ଆୱାର୍ଡସରେ ବେଷ୍ଟ୍ ଡେବ୍ୟୁ ଫିମେଲ ପୁରସ୍କାର ପାଇଥିଲେ।
Comments are closed.