ଆଜିଠୁ ଖୋଲିଲା ମା’ ବିରଜାଙ୍କ ମନ୍ଦିର

ଯାଜପୁର: ଦୀର୍ଘ ନଅ ମାସର ପ୍ରତୀକ୍ଷା ପରେ ଭକ୍ତଙ୍କ ପାଇଁ ଆଜିଠୁ ଖୋଲିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର। ସକାଳ ୬ଟାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ। ସୂଚନା ଅନୁସାରେ ସକାଳ ୬ଟାରୁ ସଂଧ୍ୟା ୫ଟା ଯାଏଁ ସମସ୍ତ ଭକ୍ତ ମାଆଙ୍କୁ ଦର୍ଶନ କରୁଛନ୍ତି। ଏଥିପାଇଁ ପ୍ରଶାସନ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ଏଥିସହ ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସାମାଜିକ ଦୂରତା ରକ୍ଷା, ମାସ୍କ ଓ ସାନିଟାଇଜେସନକୁ ଗୁରୁତ୍ବ ଦିଆଯାଇଛି।
ତେବେ ଚଣ୍ଡୀମଣ୍ଡପ ନିକଟରୁ ବ୍ୟାରିକେଡରେ ଆସି ମାଆଙ୍କୁ ଦର୍ଶନ କରିବା ବ୍ୟବସ୍ଥା ହୋଇଛି। ଏହା ସହିତ ମନ୍ଦିରରେ ଅଧିକ ସମୟ ରହିବାକୁ ବାରଣ କରିଛି ପ୍ରଶାସନ। ହେଲେ ଆସନ୍ତା ଜାନୁଆରୀ ୧, ୨ ଓ ୩ ତାରିଖ ଯାଏଁ ମନ୍ଦିର ବନ୍ଦ ରହିବ। ଏହା ପରେ ପୁଣି ମାଙ୍କୁ ଦର୍ଶନ କରିପାରିବେ ଭକ୍ତ। ମନ୍ଦିର ମଧ୍ୟରେ କୌଣସି ବିବାହ କାର୍ଯ୍ୟ ହୋଇପାରିବ ନାହିଁ। ହେଲେ କେବଳ ପିଣ୍ଡଦାନ ପାଇଁ ଅନୁମତି ମିଳିବ ବୋଲି ସୂଚନା ମିଳିଛି।
Comments are closed.