୬୧ତମ ପ୍ରତିଷ୍ଠା ଦିବସ ପାଳୁଛି ନନ୍ଦନକାନନ
ଭୁବନେଶ୍ୱର: ଆଜି ୬୧ ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଏହି ପ୍ରତିଷ୍ଠା ଦିବସରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ଜଟଣୀ ବିଧାୟକ ସୁରେଶ ରାଉତରାୟ ଯୋଗଦେବେ ଅତିଥି ଭାବେ ଯୋଗ ଦେବେ ବୋଲି ସୂଚନା ମିଳିଛି।
ଏହି ଅବସରରେ ସଫାରି ପାଇଁ ୪ଟି ନୂତନ ବସ ଷ୍ଟାଣ୍ଡ ଉଦଘାଟନ କରାଯିବ। ମଲ୍ଟି ପାର୍କିଂର ମୁଖ୍ୟ ରାସ୍ତାର ହେବ ଲୋକାର୍ପଣ । ଯାହାକି ପର୍ଯ୍ୟଟକ ମାନଙ୍କ ଯା ଆସ ପାଇଁ ପୂର୍ବାପେକ୍ଷା ସୁବିଧା ହୋଇପାରିବ। ଦୀର୍ଘ ୯ ମାସ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ବୋଟିଂ ଵ୍ୟବସ୍ଥା। ଜାନୁଆରୀ ମାସ ଆରମ୍ଭରୁ ପୁଣି ବୋଟିଂର ପୁନର୍ବାର ମଜା ଉଠାଇ ପାରିବେ ପର୍ଯ୍ୟଟକ।
ଅନ୍ୟପଟେ ଟଏ ଟ୍ରେନ, ରୋପ ୱେ ବି ନୂଆବର୍ଷଠାରୁ ଆରମ୍ଭ କରାଯିବାକୁ ଯୋଜନା ରଖାଯାଇଛି। ପ୍ରତିଷ୍ଠା ଦିବସ ଅବସରରେ ଜଙ୍ଗଲବିଭାଗ ଏବଂ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।
Comments are closed.