ଜାନୁଆରୀ ୪ରେ ଚାଷୀ ସଂଘ ସହ ସରକାରଙ୍କ ବୈଠକ

ନୂଆଦିଲ୍ଲୀ: ଜାନୁଆରୀ ୪ରେ ଚାଷୀ ସଂଘ ସହିତ ସରକାର ବୈଠକ କରିବାକୁ ଯାଉଛନ୍ତି। ଏହି ଆନ୍ଦୋଳନଟି କେନ୍ଦ୍ର କୃଷି ଆଇନକୁ ବିରୋଧରେ କରାଯାଇଛି। ତେବେ ଚାଷୀଙ୍କ ଆନ୍ଦୋଳନ ୩୭ ଦିନରେ ପହଞ୍ଚିଛି।
କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଖବର ସରବରାବ ସଂସ୍ଥା ପିଟିଆକୁ ପ୍ରତିକ୍ରିୟାରେ କହିଛନ୍ତି, “ଜାନୁଆରୀ ୪ରେ ଚାଷୀ ସଂଗଠନ ସହ ସପ୍ତମ ପର୍ଯ୍ୟାୟ ବୈଠକ ହେବ। ଏହା ସକାରାତ୍ମକ ରହିବ ବୋଲି ଆଶା ରହିଛି। ମୁଁ ଜ୍ୟୋତିର୍ବିଦ୍ ନୁହେଁ ତେଣୁ ସଫଳ ହେବ ବୋଲି ଦୃଢ଼ୋକ୍ତ ପ୍ରକାଶ କରିପାରିବିନି”।
I hope outcome of Jan 4 meeting with unions will be in interest of farmers and farm sector: Agriculture Minister Narendra Singh Tomar to PTI
— Press Trust of India (@PTI_News) January 1, 2021
ସରକାରଙ୍କ ସହ ଆଗାମୀ ବୈଠକ ନେଇ ଆଜି ଚାଷୀ ସଂଘ ବୈଠକ କରିଥିଲେ। ଏହାପରେ ସାମ୍ୱାଦିକ ସମ୍ମିଳୀନ କରି କହିଛନ୍ତି, ଯଦି ସରକାର ଜାନୁଆରୀ ୪ରେ ଆମ ସପକ୍ଷରେ ନିଷ୍ପତ୍ତି ନ ନିଅନ୍ତି ତେବେ ଆଗକୁ ଆନ୍ଦୋଳନ ଆହୁରି ଜୋରଦାର ହେବ।
ଏପର୍ଯ୍ୟନ୍ତ ମୁଖ୍ୟ ପ୍ରସଙ୍ଗ ଉପରେ ସରକାର ଆଲୋଚନା କରି ନାହାନ୍ତି।ସେହିପରି ଚାଷୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ସ୍ୱରାଜ ଇଣ୍ଡିଆର ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ ହରିଆଣା-ରାଜସ୍ଥାନ ସୀମାରେ ଶାହାଜାହାନପୁରରେ ଆନ୍ଦୋଳନରେ ବସିଥିବା ଚାଷୀ ଆଗାମୀ ଦିନରେ ରାଜଧାନୀ ମୁହାଁ ଯିବେ।
ଆଉ ଜଣେ ଚାଷୀ ନେତା ଯୁଧିଷ୍ଠିର ସିଂ କହିଛନ୍ତି ଯେ ଯଦି ପରବର୍ତ୍ତୀ ବୈଠକରେ ଆଲୋଚନା ସଫଳ ନହେଲେ ଟ୍ରାକ୍ଟର ରାଲି ହେବ। ଏମିତିକି ହରିଆଣାର ପେଟ୍ରୋଲ ପମ୍ପ ଏବଂ ସପିଂ ମଲ ବନ୍ଦ ରହିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।
Comments are closed.