ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିବ ସ୍ପାଇସ୍ଜେଟ୍

ଭୁବନେଶ୍ୱର: ଜାନୁଆରୀ ୧୨ରୁ ଉଡ଼ିବ ସ୍ପାଇସ୍ଜେଟ୍। ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିବ ସ୍ପାଇସ୍ଜେଟ୍ ବିମାନ। ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। ଶୁକ୍ରବାର ରାତିରେ ଟ୍ୱିଟ୍ କରି ବିଭାଗ ଏହି ଘୋଷଣା କରିଛି।
Happy to announce that @spicejet starting flights from Veer Surendra Sai Airport, #Jharsuguda to Mumbai & Bengaluru from 12th January. This will boost economy of Western Odisha and help fulfil aspirations of people of the region. @MoCA_GoI @AAI_Official @CMO_Odisha @IPR_Odisha
— ବାଣିଜ୍ଯ ଓ ପରିବହନ ବିଭାଗ । Commerce & Transport (@CTOdisha) January 1, 2021
ବିଭାଗ ପକ୍ଷରୁ ଟ୍ୱିଟ୍ରେ କୁହାଯାଇଛି ଯେ, ଏହା ପଶ୍ଚିମ ଓଡ଼ିଶାର ଅର୍ଥନୀତି ସୁଦୃଢ଼ ହେବ। ତା’ସହିତ ଏହି ଅଞ୍ଚଳବାସୀଙ୍କ ସ୍ୱପ୍ନକୁ ପୂରଣ କରିବ। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଟ୍ୱିଟ୍ କରି ଏହି ଘୋଷଣା କରାଯିବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟରେ ଯୁଗ୍ମ ସଚିବ ଉଷା ପାଢ଼ୀ ମଧ୍ୟ ଏନେଇ ଟ୍ୱିଟ୍ କରିଥିଲେ। ସେ ଟ୍ୱିଟ୍ କରି ସ୍ପାଇସ୍ଜେଟ୍ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ।
Thanks @flyspicejet for launching flights from Veer Surendra Sai Airport, #Jharsuguda to Mumbai and Bengaluru from 12th January. This is expected to boost economy of W Odisha and help fulfilling aspirations of people of the region. @MoCA_GoI @AAI_Official @CTOdisha
— Usha Padhee (@ushapadhee1996) January 1, 2021
Comments are closed.