ଭଉଣୀକୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲା ଭାଇ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର ଭବାନାପାଟଣା ପରମାନ୍ଦପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଭଉଣୀର ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲା ଭାଇ । ବିଦ୍ୟୁତ ସଂସ୍ପର୍ଶରେ ଆସି ଭାଇର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ମୃତକଙ୍କ ନାମ ଭୁଜବଳ ବୈଶାଲ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଆଜି ସକାଳ ସମୟରେ ଭୁଜବଳଙ୍କ ଭଉଣୀ ଗାଧୋଇସାରି ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଭଉଣୀକୁ ବିଦ୍ୟୁତ ଆଘାତ ଲାଗିଥିବା ଦେଖି ଭାଉ ଜଣଙ୍କ ଦୌଡି ଆସିଥିଲେ ଏବଂ ଭଉଣୀକୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ।
ସେଥିରେ ମଧ୍ୟ ସଫଳ ହୋଇଥିଲେ। କିନ୍ତୁ ଭଉଣୀକୁ ବଞ୍ଚାଇବାକୁ ଯାଇ ନିଜେ ବିଦ୍ୟୁତ ଆଘାତର ଶିକାର ହୋଇଯାଇଥିଲେ। ଯାହାଫଳରେ କି ତାଙ୍କର ମୃତ୍ୟୁ ହୋଇଯାଇଛି।
ଅନ୍ୟ ପଟେ ବିଦ୍ୟୁତ ଆଘାତରେ ସେମାନଙ୍କର ବାପା ମଧ୍ୟ ଗୁରୁତର ହୋଇଛନ୍ତି। ଉଭୟ ବାପା-ଝିଅଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି।
Comments are closed.