ଡାକ୍ତରଖାନାରେ ଭର୍ତ୍ତି ହେଲେ କେନ୍ଦ୍ର ମନ୍ତ୍ରୀ ଡି.ଭି ସଦାନନ୍ଦ

ନୂଆଦିଲ୍ଲୀ: ଡାକ୍ତରଖାନାରେ ଭର୍ତ୍ତି ହେଲେ କେନ୍ଦ୍ର ମନ୍ତ୍ରୀ ଡି.ଭି ସଦାନନ୍ଦ। ହଠାତ୍ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି କେନ୍ଦ୍ର ରାସାୟନିକ ଏବଂ ସାର ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡା। ରାଜ୍ୟ ବିଜେପିର ଏକ କାର୍ଯ୍ୟନିର୍ବାହୀ ବୈଠକ ସାରି ସେ ଶିମୋଗାରୁ ଯାତ୍ରା କରୁଥିବାବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଥିଲା। କାରରେ ବସିଥିବା ବେଳେ ସଦାନନ୍ଦ ଗୌଡ ସିଟରେ ଖସି ପଡିଥିଲେ।
ଡି.ଭି ସଦାନନ୍ଦ ଗୌଡାଙ୍କୁ କର୍ଣ୍ଣାଟକର ଚିତ୍ରାଦୁର୍ଗର ସହରରେ ଥିବା ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ରକ୍ତ ସର୍କରା ସହ ରକ୍ତଚାପ କମିଯିବାରୁ ସେ ଅଚେତ ହୋଇପଡ଼ିଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଏବେ ଚିକିତ୍ସା ପରେ ସେ ସୁସ୍ଥ ଥିବା କହିଛନ୍ତି ଡାକ୍ତର।
Comments are closed.