ଏସ୍ପି ସାରା ଶର୍ମାଙ୍କ ନାଁରେ ଫେକ୍ ଫେସ୍ବୁକ୍ ଆକାଉଣ୍ଟ

ଗଜପତି: ଗଜପତି ଜିଲ୍ଲାର ପୂର୍ବତନ ଏସପି ତଥା ବର୍ତ୍ତମାନର ସମ୍ବଲପୁର ଜିଲ୍ଲା ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନାଁରେ ଫେକ ଫେସବୁକ୍ ଆକାଉଣ୍ଟ। ସାରାଙ୍କର ପୁର୍ବରୁ କେବଳ ଗୋଟିଏ ଫେସବୁକ୍ ଆକାଉଣ୍ଟ ଥିଲା ଯାହାକୁ ସେ ବ୍ୟବହାର କରି ଆସୁଥିଲେ ମାତ୍ର ବର୍ତ୍ତମାନ କେହି ଦୁର୍ବୃତ୍ତ ତାଙ୍କା ନାଁରେ ଫେକ ଫେସବୁକ୍ ଆକାଉଣ୍ଟ ଖୋଲିଛି।
ଏପରିକି ସେହି ଫେକ୍ ଫେକବୁକ୍ ଆକାଉଣ୍ଟରୁ ଫ୍ରେଣ୍ଡ୍ ରିକ୍ୱେଷ୍ଟ ମଧ୍ୟ ଯାଉଛି। ଫେକ୍ ଫେସ୍ବୁକ୍ ଆକାଉଣ୍ଟରୁ ଆସିଥିବା ଫ୍ରେଣ୍ଡ୍ ରିକ୍ୱେଷ୍ଟକୁ ଗ୍ରହଣ ନକରିବାକୁ ସାରା ଅନୁରୋଧ କରିଛନ୍ତି। ଏହାଛଡ଼ା ସେହି ଫେକ୍ ଆକାଉଣ୍ଟ ମାଧ୍ୟମରେ କେହି ତାଙ୍କ ନାଁରେ ଟଙ୍କା ମାଗିଲେ ନଦେବାକୁ ସେ ଅପିଲ୍ କରିଛନ୍ତି ସାରା ଶର୍ମା।
Comments are closed.