ଲୁଟେରା ଗ୍ୟାଙ୍ଗ୍ ଗିରଫ, ୧୦୩ ମୋବାଇଲ ଜବତ

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଝାଡ଼ଖଣ୍ଡ ମୋବାଇଲ୍ ଲୁଟେରା ଗ୍ୟାଙ୍ଗ୍। ଆଜି ଭୁବନେଶ୍ୱର କମିଶନରେଟ୍ ପୁଲିସ ଏକ ଲୁଟେରା ଗ୍ୟାଙ୍ଗକୁ ଧରିଛି। ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୧୦୩ଟି ମୋବାଇଲ ଜବତ କରିଛି।
ସୂଚନାଯୋଗ୍ୟ, କିଛି ଦିନ ତଳେ ଆଇ ଫୋନ୍ ଚୋରି ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି କୌଣସି ସୂତ୍ରରୁ ଖବର ପାଇ ପୁଲିସ ଚିନ୍ତାମଣିଶ୍ୱରର ଏକ ଭଡ଼ା ଘରେ ଚଢଉ କରିଥିଲା। ଏହି ସମୟରେ ପୁଲିସ ୩ ଜଣ ଝାଡ଼ଖଣ୍ଡ ଯୁବକଙ୍କୁ ଗିରଫ କରିଛି।
Comments are closed.