ସ୍କୁଲ ହଷ୍ଟେଲ ଖୋଲିବ: ସମୀର ଦାଶ

ଭୁବନେଶ୍ୱର: ଜାନୁଆରୀ ୮ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବ। ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ସ୍କୁଲ ସହ ଖୋଲିବ ହଷ୍ଟେଲ। ଛାତ୍ରଛାତ୍ରୀଙ୍କ ପାଠପଢା ସମସ୍ୟାର ସମାଧାନ ପାଇଁ ସବୁ ପ୍ରକାର ପ୍ରୟାସ ଚଳାଇଛନ୍ତି ସରକାର। ପିଲାଙ୍କ ପାଠପଢାରେ କିଭଳି କୌଣସି ଅସୁବିଧା ନହେବ ସେନେଇ ବିଶେଷ ଧ୍ୟାନ ଦିଆଯାଉଛି।
ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହେବା ପରେ ସେମାନଙ୍କ ସୁବିଧା ପାଇଁ ଏବେ ହଷ୍ଟେଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି। ତେଣୁ ଆସନ୍ତା ୮ରେ ସ୍କୁଲ ସହ ହଷ୍ଟେଲ ଖୋଲିବ। ଛାତ୍ରଛାତ୍ରୀଙ୍କ ହିତକୁ ନଜରରେ ରଖି ନିଆଯାଇଛି ଏଭଳି ନିଷ୍ପତ୍ତି ନିଆଯାଇଛି। ହଷ୍ଟେଲ ନ ଖୋଲିଲେ ବହୁ ପିଲାଙ୍କ ପାଇଁ ସମସ୍ୟା ହେବ। ତେବେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଫୋନ ପରେ ଏମିତି ନିଷ୍ପତ୍ତି ନିଆଯାଇଛି। ଯଦିଓ ଏନେଇ ଖୁବ ଶୀଘ୍ର ମାର୍ଗଦର୍ଶିକା ଜାରି ହେବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।
ତେବେ ପରୀକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ତେବେ ହଷ୍ଟେଲ ଗୁଡିକକୁ କରୋନା ଗାଇଡଲାଇନକୁ ମାନିବାକୁ ପଡିବ। କରୋନା ଗାଇଡଲାଇନ୍ ଅନୁସାରେ ସାମାଜିକ ଦୂରତାକୁ ପ୍ରଧାନ୍ୟ ଦିଆଯିବ। ହଷ୍ଟେଲରେ ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବା ସ୍କୁଲର ଦାୟିତ୍ୱ ହେବ।
Comments are closed.