ୟୁଜି ଓ ପିଜି ସେମିଷ୍ଟର ତାରିଖ ଘୋଷଣା

ଭୁବନେଶ୍ୱର: ଆସନ୍ତା ୧୧ ତାରିଖରୁ ରାଜ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଶେଷ ସେମିଷ୍ଟର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଘୋଷଣା କରାଯାଇଛି। ଏଥିସହ ୟୁଜି ଓ ପିଜି ସେମିଷ୍ଟର ପାଇଁ ତାରିଖ ଘୋଷଣା ହୋଇଛି।
ୟୁଜିର ୫ମ ସେମିଷ୍ଟର ଓ ପିଜିର ୩ୟ ସେମିଷ୍ଟର ପାଇଁ ତାରିଖ ଘୋଷଣା କରାଯାଇଛି। ଜାନୁଆରୀ ୧୧ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ କ୍ଲାସ କରାଯିବ। ପରେ ମାର୍ଚ୍ଚ ୧୬ରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଉଭୟଙ୍କ ସେମିଷ୍ଟର ପରୀକ୍ଷା କରାଯିବ। ଉଭୟଙ୍କ ସେମିଷ୍ଟର ରେଜଲ୍ଟ ଏପ୍ରିଲ ୩୦ ସୁଦ୍ଧା ପ୍ରକାଶ ପାଇବ।
ଏପ୍ରିଲ ୨ରୁ ଜୁନ ୧୫ ପର୍ଯ୍ୟନ୍ତ ୟୁଜି ଓ ପିଜିର ଶେଷ ସେମିଷ୍ଟର କ୍ଲାସ କରାଯିବ। ଜୁନ୍ ୧୬ରୁ ଜୁନ୍ ୩୦ ପର୍ଯ୍ୟନ୍ତ ୟୁଜି ଓ ପିଜିର ଶେଷ ସେମିଷ୍ଟର ପରୀକ୍ଷା କରାଯିବ। ୟୁଜି ଓ ପିଜିର ଶେଷ ସେମିଷ୍ଟର ରେଜଲ୍ଟ ଜୁଲାଇ ୧୫ ସୁଦ୍ଧା ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
Comments are closed.