ରାଜ୍ୟରେ ସୁସ୍ଥ ହେଲେ ୨୯୮ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବା ସହ ସୁସ୍ଥ ହାର ବଢ଼ିବାରେ ଲାଗିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୯୮ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩,୨୬,୫୦୭କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୋମବାର ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
Another 298 Covid patients have recovered and are being discharged on 04.01.2021
49 from Sundargarh
48 from Anugul
24 from Cuttack
16 from Kendrapara
15 from Baleswar
15 from Keonjhar
14 from Jharsuguda
13 from Jajapur
12 from Khordha
12 from Mayurbhanj
10 from Bargarh— H & FW Dept Odisha (@HFWOdisha) January 4, 2021
ସୁନ୍ଦରଗଡରୁ ୪୯ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୋଳରୁ ୪୮, କଟକରୁ ୨୪, କେନ୍ଦ୍ରାପଡାରୁ ୧୬, ବାଲେଶ୍ୱରରୁ ୧୫, କେନ୍ଦୁଝରରୁ ୧୫, ଝାରସୁଗୁଡାରୁ ୧୪, ଯାଜପୁରରୁ ୧୩, ଖୋର୍ଦ୍ଧାରୁ ୧୨, ମୟୂରଭଞ୍ଜରୁ ୧୨, ବରଗଡରୁ ୧୦, ବଲାଙ୍ଗୀରରୁ ୧୦, ସମ୍ବଲପୁରରୁ ୮ , ଦେବଗଡରୁ ୬, ଗଞ୍ଜାମରୁ ୬, ନବରଙ୍ଗପୁରରୁ ୬, ଭଦ୍ରକରୁ ୫, ଜଗତସିଂହପୁରରୁ ୫, ନୂଆପଡାରୁ ୪, ରାୟଗଡାରୁ ୩, ବୌଦ୍ଧରୁ ୨, କଳାହାଣ୍ଡିରୁ ୨, କୋରାପୁଟରୁ ୨, ନୟାଗଡରୁ ୨, ମାଲକାନଗିରିରୁ ଜଣେ ସୁସ୍ଥ ହୋଇଛନ୍ତି ।
Comments are closed.