ଆଜିଠୁ ସବୁ ରୁଟ୍ରେ ଗଡ଼ିଲା ମୋ ବସ୍

ଭୁବନେଶ୍ବର: ଆଜିଠୁ ସବୁ ରୁଟରେ ଗଡ଼ିଲା ମୋ ବସ୍। କରୋନା ମହାମାରୀ ପାଇଁ ଲକଡାଉନ୍ ବେଳେ ଏହି ସେବା ବନ୍ଦ ଥିବା ବେଳେ ଲକଡାଉନ୍ ଖୋଲିବା ପରେ ଆଶିଂକ ଭାବରେ ମୋ ବସ୍ ସେବା ଗୋଟିଏ ଗୋଟିଏ ରୁଟରେ ଚାଲୁଥିଲା। ଏବେ କରୋନା ସଂକ୍ରମଣ କମି ଥିବାରୁ ସବୁ ରୁଟରେ ବସ ଚଳାଚଳ ଆରମ୍ଭ ହୋଇଛି। କରୋନା କାରଣରୁ ୧୪୪ଟି ବସ୍ ଚଳାଚଳ କରୁଥିବା ବେଳେ ଆଜିଠୁ ୧୫୯ଟି ବସ୍ ସବୁ ରୁଟରେ ଚଳାଚଳ କରିବ। ଏହାଦ୍ୱାରା ସବୁ ସ୍ଥାନରୁ ଲୋକେ ମୋ ବସ୍ ସେବାର ଲାଭ ଉଠାଇ ପାରିବେ।
ଗତ ବର୍ଷ ମାର୍ଚ୍ଚ ମାସରୁ କରୋନା ମହାମାରୀ କାରଣରୁ ସଟଡାଉନ୍ ଓ ଲକଡାଉନ୍ ଲାଗୁ କରାଯାଇଥିଲା। ଏହି କାରଣରୁ ମୋ ବସ ସେବାକୁ ମଧ୍ଯ ବନ୍ଦ କରିଦିଆଯାଇଥିଲା । ସେବା ବନ୍ଦ ହୋଇଥିଲା ସତ କିନ୍ତୁ ଏହି ସମୟରେ ଲୋକଙ୍କୁ ବିଭିନ୍ନ ରାଜ୍ୟରେ ପହଞ୍ଚାଇବା ବସ୍ ସବୁକୁ ନିୟୋଜିତ କରାଯାଇଥିଲା। ମେ’ ୨୬ ତାରିଖରେ ଜରୁରୀକାଳୀନ ପରିସ୍ଥିତିରେ ୭ଟି ରୁଟରେ ୪୦ଟି ବସ୍ ଚଳାଚଳ କରିଥିଲା।
ଏହି କ୍ରମରେ ଜୁନ ୬୬ଟି ରୁଟରେ ୭ଟି ବସ୍, ଜୁଲାଇରେ ୬୬ ଟି ରୁଟରେ ୮ଟି ବସ୍ ଚଳାଚଳ କଲା। ସେହିପରି ସେପ୍ଟେମ୍ବର ମାସରେ ଦୁଇଟି ନୂଆ ରୁଟରେ ବସ ଚାଲିଲା। ପୁରୀ ଓ କୋଣାର୍କକୁ ମଧ୍ଯ ଗଡିଲା ମୋ ବସ୍। ଏହାପରେ ନଭେମ୍ବର୍ ୧୦୯ଟି ବସ୍ ୧୭ ରୁଟରେ ଓ ଡିସେମ୍ବର୍ ୧୪୪ଟି ବସ୍ ୨୨ ରୁଟରେ ଚଳାଚଳ କରୁଥିଲା।
Comments are closed.