ଗିରଫ ଅଭିଯୁକ୍ତ ସରୋଜ ସେଠୀର ହେବ ନାର୍କୋ ଟେଷ୍ଟ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପରୀ ଦୁଷ୍କର୍ମ ଓ ହତ୍ୟାର ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଟେଷ୍ଟ ପାଇଁ କୋର୍ଟକରେ ଅନୁମତି ଲୋଡ଼ିଛି ଏସଆଇଟି। ପକ୍ସୋ କୋର୍ଟରେ ସରୋଜକୁ ରିମାଣ୍ଡରେ ନେବା ପାଇଁ ଏସଆଇଟି ଆବେଦନ କରିଛି।
ପ୍ରକାଶ ଯେ, ଏସଆଇଟି ଅଭିଯୁକ୍ତ ସରୋଜକୁ ପରୀ ମୃତ୍ୟୁ ୪ ମାସ ପରେ ଗିରଫ କରିଥିଲା। ଏସଆଇଟି ସରୋଜର ଗାମୁଛା ଏବଂ ପରୀର ଲେଗିନ୍ସକୁ ଜବତ କରି ପରୀକୁ ଦୁଷ୍କର୍ମକରି ହତ୍ୟା କରିବା ପଥା କହିଥିଲା। ସରୋଜ ଦୋଷ ମାନିଥିବା ଏସଆଇଟି କହିଥିଲା।
ଏଥିସହିତ ତାକୁ ନେଇ କ୍ରାଇମ ସିନର ରିକ୍ରିଏଟ କରିଥିଲା। ତେବେ ୧୦ ତାରିଖ ଭିତରେ ଚାର୍ଜସିଟ ଦାଖଲ କରିବା ଲାଗି ହାଇକୋର୍ଟ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିବା ବେଳେ ସରୋଜ ବିରୋଧରେ ଦୋଷ ପ୍ରମାଣିତ କରିବା ବିଗ୍ ଚ୍ୟାଲେଞ୍ଜ ହୋଇଛି।
ତେଣୁ ଅଧିକ ପ୍ରମାଣ ଯୋଗାଡ଼ କରିବା ଲାଗି ସରୋଜର ନାର୍କୋ ଟେଷ୍ଟ କରିବା ଲାଗି ଅଣ୍ଟା ଭିଡିଛି ଏସଆଇଟି। ସେପଟେ ସରୋଜର ଓକିଲ ଦାବି କରିଛନ୍ତି ଯେ ତାଙ୍କୁ ରିମାଣ୍ଡରେ ନେବା ପାଇଁ ଜୁଭେନାଇଲ କୋର୍ଟର ଅନୁମତି ନିଆଯାଉ। ଏନେଇ ସେ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ପିଟିସନରେ ସେ ଦର୍ଶାଇଛନ୍ତି ଯେ ସରୋଜ ନାବାଳକ।
Comments are closed.