ଏସ୍ସିବିରେ ବିରଳ ଶିଶୁ: ଦେଢ଼ବର୍ଷୀୟ ଶିଶୁର ବଢ଼ିଚାଲିଛି ଜିଭ, ଚିନ୍ତାରେ ପରିବାର ଲୋକ

କଟକ: କଟକ ବଡ଼ ମେଡିକାଲ ବା ଏସ୍ସିବି ମେଡିକାଲର ପ୍ଲାଷ୍ଟିକସର୍ଜରୀ ବିଭାଗରେ ଜଣେ ବିଳ ଶିଶୁ ଭର୍ତ୍ତି ହୋିଛି। କୋରାପୁଟ ଜିଲ୍ଲାର ନାରାୟଣପାଟଣା ଅଅଞ୍ଚଳର ଏକ ଦେଢ଼ବର୍ଷର ଶିଶୁ ମେଡିକାଲରେ ଭର୍ତ୍ତି ହୋଇଛି। ଦେଢ଼ବର୍ଷର ଶିଶୁଟିର ଜିଭ ସ୍ବାଭାବିକ ଠାରୁ ଭୟଙ୍କର ଭାବେ ବଢ଼ୁଛି। ଜିଭ ଲମ୍ବା ଓ ମୋଟା ହୋଇ ପାଟିର ବାହାରକୁ ବାହାରି ଆସିବା ଫଳରେ ଦେଢ଼ବର୍ଷର ଶିଶୁଟି ଖାଦ୍ୟ ଖାଇବା ଓ ପାଣି ପିଇବା ସମସ୍ୟାରେ ଜୁଝି ହେଉଛି।
କଟକ ବଡ଼ ମେଡିକାଲର ଶିଶୁ ରୋଗ ବିଭାଗର ଡାକ୍ତରମାନେ ପ୍ରାଥମିକ ଭାବେ ଶିଶୁର ସିବିସି, ଇଏସ୍ଆର ଆଦି ପରୀକ୍ଷା କରିବା ପରେ ତାଙ୍କୁ ପ୍ଲାଷ୍ଟିକ ସର୍ଜରୀ ବିଭାକୁ ପଠାଇଥିଲେ। ପ୍ଲାଷ୍ଟିକ୍ସର୍ଜରୀ ବିଭାଗରେ ମଧ୍ୟ ଶିଶୁଟିର କେତେକ ପରୀକ୍ଷା କରାଯାଇଥିଲା। ଡାକ୍ତରୀ ଭାଷାରେ ଏହି ରୋଗକୁ ‘ଲିମ୍ପା ଜିଓମା ଟଙ୍ଗ’ ବୋଲି କୁହାଯାଏ। ଯାହାର ଅସ୍ତ୍ରୋପଚାର ଆବଶ୍ୟକ ବୋଲି ବିଶେଷଜ୍ଞ ମାନେ କହିଛନ୍ତି। ଏଥିସହିତ ଅପରସେନ୍ କରାନଗଲେ ଜିଭେ ସଂକ୍ରମଣ ବଢ଼ିବା ସହିତ ଅଧିକ ବିପଦ ଥିବା ପ୍ଲାଷ୍ଟିକସର୍ଜରୀ ବିଭାଗ ଡାକ୍ତର ମାନେ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ମୁତାବିକ ରାଷ୍ଟ୍ରିୀୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅଧିନରେ ଶିଶୁଟିର ମାଗଣା ଚିକିତ୍ସା କରାଯାଉଥିବା ଆରବିଏସ୍କେ ପରିଚାଳକ ସତ୍ୟ ନାରାୟଣ ତ୍ରିପାଠୀ କହିଛନ୍ତି। ସେ କହିବା ମୁତାବିକ ପୂର୍ବରୁ ମଧ୍ୟ ଏହି ରୋଗରେ ପୀଡ଼ିତ ହୋଇ ମୟୂରଭଞ୍ଜ ଓ କଟକରୁୂ ୩ ଜ ଶିଶୁ ଏସ୍ସିବିକୁ ଆସିଥିଲେ।
Comments are closed.