ସଲ୍ମାନଙ୍କ ଦୁଇ ଭାଇଙ୍କ ନାମରେ ମାମଲା ରୁଜୁ

ମୁମ୍ବାଇ: ବଲିଉଡ଼ ଅଭିନେତା ସଲମାନଙ୍କ ଦୁଇ ଭାଇ ଅରବାଜ ଖାନ୍ ଏବଂ ସୋହେଲ ଖାନ୍ଙ୍କ ବିରୋଧରେ ବିଏମ୍ସି ଏକ ମାମଲା ରୁଜୁ କରିଛି। କରୋନା କଟକଣାର ନିୟମ ଭାଙ୍ଗିବା ଅଭିଯୋଗରେ ଉଭୟଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି।
ସୂଚନା ଅନୁସାରେ , ଡିସେମ୍ବର ୨୫ରେ ଅର୍ବାଜ୍, ସୋହେଲ ଓ ନିର୍ବାଣ ଦୁବାଇରୁ ଫେରିଥିଲେ। ତେବେ କୋଭିଡ୍-୧୯ ପ୍ରୋଟ୍ରୋକଲ୍ ଅନୁସାରେ, ସେମାନଙ୍କୁ ଏକ ହୋଟେଲ୍ରେ କ୍ୱାରେଣ୍ଟିନ୍ରେ ରହିବା ପାଇଁ କୁହାଯାଇଥିଲା। କିନ୍ତୁ ସେମାନେ ହୋଟେଲ୍ରେ ରହିବା ବଦଳରେ ବାନ୍ଦ୍ରା ସ୍ଥିତ ଘରକୁ ଚାଲି ଯାଇଥିଲେ।
କରୋନାର ନୂଆ ଷ୍ଟ୍ରେନ୍କୁ ଦୃଷ୍ଟିରେ ରଖି ୟୁକେ ଓ ୟୁଏଇରୁ ଯାତ୍ରା କରୁଥିବା ଯାତ୍ରୀମାନେ ୭ଦିନ କ୍ୱାରେଣ୍ଟିନ୍ରେ ରହିବାର ନିୟମ ହୋଇଛି। ଏହି ୨ଜଣ ନିୟମକୁ ପାଳନ କରିବାରୁ BMC ପକ୍ଷରୁ ମୁମ୍ବାଇ ଖର୍ ପୁଲିସ୍ ଷ୍ଟେସନରେ ଏହି ଏମାନଙ୍କ ବିରୋଧରେ FIR ରୁଜୁ ହୋଇଛି।
Comments are closed.