ପ୍ରତାପ ଜେନାଙ୍କୁ ଗିରଫ କରାଯାଉ: ବୈଜୟନ୍ତ
![](https://www.odishalink.com/wp-content/uploads/2021/01/BAIJAYANTPANDA.jpg)
ସାଲେପୁର: ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ମାମଲାକୁ ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି, ଏହା ବିଜେଡି ପ୍ରସ୍ତୁତ ରାଜନୈତିକ ହିଂସା ସଂସ୍କୃତିର ସଦ୍ୟ ଉଦାହରଣ। ନିର୍ବାଚନ ସମୟରେ ଅନେକ ବିଜେପି ନେତାଙ୍କୁ ହତ୍ୟାା କରାଯାଇଛି।
ମାହାଙ୍ଗା ଆବାସ ଯୋଜନା ଦୁର୍ନିତି କଥା ଉଠାଇ ତାର ବିରୋଧ କରିଥିଲେ। ଫଳରେ ବିଜେଡି ଠାରୁ ଧମକ ପାଇଥିଲେ। ଧମକ ବିଷୟରେ କୁଳମଣି ଜଣାଇଥିଲେ। ଏମିତିକି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସୁରକ୍ଷା ମାଗିଥିଲେ।
ବୈଜୟନ୍ତ ଆହୁରି କହିଛନ୍ତି, ଓଡ଼ିଶାରେ ଏଭଳି ପରିସ୍ଥିତି ଜାରି ରହିବାକୁ ଦିଆଯିବ ନାହିଁ। ଏତଲା ଯାହା ନାଁରେ ଅଛି, ସେ ଆଇନ ମନ୍ତ୍ରୀ ହୋଇଥିଲେ ବି ଗିରଫ କରାଯାଉ।
Comments are closed.