ଆରଏସ୍ପିରେ ଗ୍ୟାସ୍ ଲିକ୍; ୧୦ ଅସୁସ୍ଥ

ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ହୋଇଛି। କୋଲ୍ କେମିକାଲ୍ ଡିପାର୍ଟମେଣ୍ଟରେ ଏହି ଗ୍ୟାସ୍ ଲିକ୍ ହୋଇଛି। ଅସୁସ୍ଥ ୧୦ କର୍ମଚାରୀ ଆଇଜିଏଚ୍ରେ ଭର୍ତ୍ତି ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ଆଜି ସକାଳେ ରାଉରକେଲା ଇସ୍ପାତ କାରଖାନାର କୋଇଲା ରାସାୟନିକ ବିଭାଗରେ ଏହି ଦୁର୍ଘଟଣା ଘଟିଛି। ଏକ ଘରୋଇ କମ୍ପାନୀ ଦ୍ୱାରା ଚୁକ୍ତିଭିତ୍ତିକ ଭାବେ କାରଖାନାରେ ନିୟୋଜିତ ହେଇଥିବା 10 ଜଣ ଶ୍ରମିକ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ଆରଏସପି ଡିସପେନସାରୀକୁ ନିଆଯାଇଥିବା ବେଳେ ଚାରିଜଣଙ୍କ ଅବସ୍ଥା ଖରାପ ଥିବାରୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ) ର ଆଇସିୟୁରେ ଭର୍ତ୍ତି କରାଯାଇଛି।
Comments are closed.