ବାର୍ଡ ଫ୍ଲୁ ଆଶଙ୍କା, ଖୋର୍ଦ୍ଧାରେ ଶହ ଶହ କୁକୁଡା ମଡକ

ଭୁବନେଶ୍ୱର: ଦେଶର ଅଧିକାଂଶ ରାଜ୍ୟରେ ଚିନ୍ତା ବଢ଼ାଇଛି ବାର୍ଡ ଫ୍ଲୁ। ବାର୍ଡ ଫ୍ଲ କାରଣରୁ ବିଭିନ୍ନ ରାଜ୍ୟର ଲକ୍ଷ ଲକ୍ଷ ପକ୍ଷୀ ମରି ପଡିଥିବାର ଦେଖିବାକୁ ମିଳୁଛି। ଗତକାଲି ରାଜ୍ୟରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇନାହିଁ ବୋଲି ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଥିଲେ। ମାତ୍ର ଖୋର୍ଦ୍ଧା ଜିଲ୍ଲାରେରେ ଶହ ଶହ କୁକୁଡା ମଡକ ଦେଖିବାକୁ ମିଳିଛି। ଯାହା ବାର୍ଡ ଫ୍ଲୁ ଆଶଙ୍କାକୁ ବୃଦ୍ଧି କରିଛି।
ବେଗୁନିଆ ବଡବେରେଣା ଗାଁର ଏକ ଫାର୍ମରେ କୁକୁଡା ମଡକ ଦେଖିବାକୁ ମିଳିଛି। ୩ ଦିନ ହେଲାଣି ଫାର୍ମରେ ଶହ ଶହ କୁକୁଡା ମରୁଛନ୍ତି। ଗତକାଲି ୬ ଶହରୁ ୭ ଶହ କୁକୁଡା ମରିଥିବା ସୂଚନା ମଳିଛି। ବର୍ତ୍ତମା ସୁଦ୍ଧା କୁକୁଡା ମଡକର କାରଣ ଅସ୍ପଷ୍ଟ ରହିଛି।
Comments are closed.