Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ସୁସ୍ଥ ହେଲେ ୨୮୨ ଆକ୍ରାନ୍ତ

ଭୁବନେଶ୍ଵର: ଦୀର୍ଘ ନଅ ମାସ ପରେ ରଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୨୩ଟି ଜିଲ୍ଲାରୁ ଆଉ ୨୮୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଆରୋଗ୍ୟକାରୀଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୨୯୦ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗୁରୁବାର ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।

ବିଭାଗ ସୂଚନା ଅନୁଯାୟୀ, ଆଜି ବଲାଙ୍ଗୀରରୁ ସର୍ବାଧିକ ୪୦ଜଣ ଆରୋଗ୍ୟଲାଭ କରିଛନ୍ତି। ସେହିପରି ସୁନ୍ଦରଗଡରୁ ୩୪, ମୟୂରଭଞ୍ଜରୁ ୨୬, ନୂଆପଡାରୁ ୨୨, ବରଗଡରୁ ୧୮, ଅନୁଗୁଳରୁ ୧୬, ବାଲେଶ୍ଵରରୁ ୧୬, ସମ୍ବଲପୁରରୁ ୧୬, ଯାଜପୁରରୁ ୧୪, କେନ୍ଦୁଝରରୁ ୧୪, ଖୋର୍ଦ୍ଧାରୁ ୧୨, କଳାହାଣ୍ଡିରୁ ୮, କଟକରୁ ୭, କେନ୍ଦ୍ରାପଡାରୁ ୬, ନୟାଗଡରୁ ୬, ବୌଦ୍ଧରୁ ୫, ଦେବଗଡରୁ ୫, ଢେଙ୍କାନାଳରୁ ୫, ଝାରସୁଗୁଡାରୁ ୫, ଗଞ୍ଜାମରୁ ୧, ଜଗତସିଂହପୁରରୁ ୧, ନବରଙ୍ଗପୁରରୁ ୧ ଓ ରାୟଗଡାରୁ ୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ପ୍ରକାଶ ଯେ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୧୫୧ରେ ପହଞ୍ଚିଛି। ସେହି ପରି ଆଉ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଛି। ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୮୮ରେ ପହଞ୍ଚିଛି।

Comments are closed.