ଦେଶରେ ୨୦୩୪୬ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ସଂଖ୍ୟା ଗତ ୨୪ଘଣ୍ଟାରେ ୨୦,୩୪୬ ଚିହ୍ନଟ ହୋଇଛନ୍ତି। ସେହିପରି ୧୯,୫୮୭ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନାରୁ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ପାର୍ ହୋଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ୨୦,୩୪୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୨୨ ଲୋକଙ୍କ ମୃତ୍ୟ ହୋଇଛି । ଏବେ ଯାଏଁ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୩,୯୫,୨୭୮ରେ ପହଞ୍ଚିଛି। ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧,୫୦,୩୩୬ଜଣଙ୍କର କରୋନାରେ ମୃତ୍ୟୁ ହୋଇସାରିଛି ।
India reports 20,346 new COVID-19 cases, 19,587 discharges, and 222 deaths in last 24 hours, as per Union Health Ministry
Total cases: 1,03,95,278
Active cases: 2,28,083
Total discharges: 1,00,16,859
Death toll: 1,50,336 pic.twitter.com/6tTfdMLKlB
— ANI (@ANI) January 7, 2021
ଅନ୍ୟପଟେ ଦେଶରେ ଲଗାତର ଭାବେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ଘଣ୍ଟାରେ ୧୯,୫୮୭ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାହାକୁ ମିଶାଇ ଦେଶରେ ମୋଟ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧,୦୦,୧୬,୮୫୯ରେ ପହଞ୍ଚିଛି। ସେହିପରି ଦେଶରେ ଏବେ କରୋନାର ଆକ୍ଟିଭ୍ କେସ୍ ସଂଖ୍ୟା ୩ ଲକ୍ଷ ତଳେ ରହିଛି । ଦେଶରେ ମୋଟ ଆକ୍ଟିଭ୍ ସଂଖ୍ୟା ୨,୨୮,୦୮୩ରେ ରହିଛି ।
Comments are closed.