ସ୍କୁଲ ଫି’ ମାମଲା, କମିଟି ରିପୋର୍ଟ ଆଧାରରେ ନିଷ୍ପତ୍ତି ଗ୍ରହଣ

ଭୁବନେଶ୍ୱର: ହାଇକୋର୍ଟରେ ଘରୋଇ ସ୍କୁଲ ଫି’ ମାମଲା। ରାଜ୍ୟ ସରକାଙ୍କ ସ୍କୁଲ ଫି ରିହାତି ପ୍ରସ୍ତାବକୁ ଅନୁମତି ଦେଇଛନ୍ତି ହାଇକୋର୍ଟ।କମିଟି ରିପୋର୍ଟ ଆଧାରରେ ନିଷ୍ପତ୍ତି ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଉଚ୍ଚସ୍ତରୀୟ କମିଟି ନିଷ୍ପତ୍ତି ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏଥିସହ ରିପୋର୍ଟ ଗ୍ରହଣରେ କାହାର କିଛି ଆପତ୍ତି ଥିଲେ ସାନି ରିଟ୍ ପାଇଁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉପରୋକ୍ତ ଦୁଇନିର୍ଦ୍ଦେଶ ସହ ହାଇକୋର୍ଟ ଏହି ମାମଲାର ଅନ୍ତ ଘଟାଇଛନ୍ତି। ସୂଚନାଯୋଗ୍ୟ, କେଉଁ ଶ୍ରେଣୀ ପାଇଁ କେତେ ଟଙ୍କା ସ୍କୁଲ ଫି ହ୍ରାସ ହେବ ସେନେଇ କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଉଚ୍ଚସ୍ତରୀୟ କମିଟି ରିପୋର୍ଟ ଦେଇଥିଲା।
Comments are closed.