ପ୍ରତାପ ଜେନାଙ୍କ ଗିରଫ ଦାବିରେ ଡିଜିପି ଅଫିସ ଘେରିଲା ବିଜେପି
![](https://www.odishalink.com/wp-content/uploads/2020/04/bjp.jpg)
କଟକ: ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ମାମଲାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ବିଜେପି ଜୋରଦାର ଦାବି କରିଛି। ବିଭିନ୍ନ ଥାନା ଓ ଏସ୍ପି ଅଫିସ୍ ଆଗରେ ବିକ୍ଷୋଭ କରିବା ପରେ ଆଜି ଡିଜିପି ଅଫିସ୍ ଘେରାଉ କରିଛି ବିଜେପି ଦଳ।
ଏକ ଶୋଭାଯାତ୍ରାରେ ବାହାରି ବିଜେପି ନେତା ଓ କର୍ମୀମାନେ ଡିଜିପି ଅଫିସକୁ ଯାଇଥିଲେ। ମାତା ମଠରୁ ବାହାରି ଏହି ଶୋଭାଯାତ୍ରାରେ ଡିଜିପି ଅଫିସଠାରେ ପହଞ୍ଚିଥିଲା। ବିଜେିପି ଅଗିଯୋଗ ମୁତାବକ, ପୁଲିସ୍ ଏଯାଏ ମୋଟ ୭ ଜଣଙ୍କୁ ଗିରଫ କରିଛି ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିପାରିନାହିଁ ଏବଂ ପ୍ରତାପ ଜେନାଙ୍କୁ କାହିଁକି ଗିରଫ କରୁନି ବୋଲି ଦଳ ପ୍ରଶ୍ନ କରିଛି।
Comments are closed.