କରୋନା କଟକଣା ମଧ୍ୟରେ ଖୋଲିଲା ସିନେମା ହଲ

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ଆଜିଠୁ ଖୋଲିଲା ସିନେମା ହଲ। ପୁଣି ଥରେ ବଡ଼ ସ୍କିନ୍ରେ ସିନେମା ଦେଖିପାରିବେ ଦର୍ଶକ। ୫୦ ପ୍ରତିଶତ ଦର୍ଶକଙ୍କ ସହ ସିନେମା ହଲ୍ ଚାଲିବାକୁ ଅନୁମତି ଦିଆଯାଇଛି।
ଫଳରେ ହଲ୍ ଭିତରେ ଗୋଟିଏ ସିଟ୍କୁ ଛାଡ଼ି ଅନ୍ୟ ସିଟ୍ରେ ବସିବେ ଦର୍ଶକ। କରୋନା କଟକଣା ସହ ସାମାଜିକ ଦୂରତା, ମାସ୍କ, ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି। ଅନ୍ଲାଇନ୍ ଟିକେଟ୍ ଉପରେ ଗୁରୁତ୍ୱ ଦିଆଯିବା ସହ ଥିଏଟର୍ ଭିତରେ ବସିବା ବ୍ୟବସ୍ଥା ବି ବଦଳାଯାଇଛି।
ଏହାସହ ପ୍ରତି ଶୋ ପରେ ଥିଏଟରକୁ ସାନିଟାଇଜ୍ କରାଯିବ। ପ୍ରଥମ ପର୍ଯ୍ୟାୟରେ ବକ୍ସ ଅଫିସ୍ରେ ନିକଟରେ ରିଲିଜ୍ ହୋଇଥିବା କିଛି ସିନେମାକୁ ପ୍ରଦର୍ଶନ କରାଯିବ। ଭୁବନେଶ୍ୱର, କଟକ ସମେତ କିଛି ସହରର ସିନେମା ହଲ୍ ଦର୍ଶକଙ୍କ ପାଇଁ ଖୋଲିବ।
Comments are closed.