ଶିଶୁପୁତ୍ରକୁ ବିକ୍ରି କରି ଆତ୍ମହତ୍ୟା କଲା ବାପା

ମାଲାକାନଗିରି: ଅର୍ଥ ଅଭାବରୁ ଶିଶୁପୁତ୍ରକୁ ବିକ୍ରି କରି ଆତ୍ମହତ୍ୟା କଲା ବାପା। ଦାରିଦ୍ର୍ୟତାର ଏଭଳି ଦାରୁଣ ରୂପ ଦେଖିବାକୁ ମଳିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସପ୍ତଧାରା ଅଞ୍ଚଳରେ। ୪ ମାସର ଶିଶୁପୁତ୍ରକୁ ବିକ୍ରି କରି ଦୁଃଖରେ ଭାଙ୍ଗିପଡ଼ି ଆତ୍ମହତ୍ୟା କରିଛନ୍ତି ଅସହାୟ ବାପା। ମୃତକଜଣଙ୍କ ହେଲେ ସୋମନାଥ ଖିଲ
ମୂଲମଜୁରି ଲାଗି ୭ ପ୍ରାଣୀ କୁଟୁମ୍ବ ପୋଷୁଥିଲେ ସୋମନାଥ। ତେବେ କାମଧନ୍ଦା ନମିଳିବାରୁ ପରିବାର ପ୍ରତିପୋଷଣ କଷ୍ଟକର ହୋଇ ପଡିଥିଲା। ଶେଷରେ ୪ ବର୍ଷର ପୁଅ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ ସୋମନାଥ। ଶିଶୁକୁ ବିକ୍ରି ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ସୋମାନାଥ। ଶେଷରେ ଆତ୍ମହତ୍ୟା ଚରମ ନିଷ୍ପତ୍ତି ନେଇଛନ୍ତି ସୋମନାଥ। ଏବେ ସୋମନାଥଙ୍କ ଆତ୍ମହତ୍ୟା ପରେ ପୁଣି ଅସହାୟ ହୋଇପଡ଼ିଛି ପରିବାର।
Comments are closed.