Odisha Link
Bridging the Missing Links in Odisha

ଛୁରୀ ଭୁସି ହତ୍ୟା ; ଜଣେ ମୃତ

ଜୟପୁର : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ ଶଶାହାଣ୍ଡି ୬୩ ନମ୍ବର ଜାତୀୟ ରାଜ ପଥରେ ଏକ ଅଭାବନୀୟ ଘଟଣା ଘଟିଛି। ଠୁରା ମାଡ଼ରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି। ମୃତକ ଜଣଙ୍କ ହେଲେ ଶଶାହାଣ୍ଡି ଗାଁର ଦଶରଥ ହରିଜନ।

ସୂଚନା ଅନୁସାରେ, ବୋରିଗୁମ୍ମା ବ୍ଲକ ସସାହାଣ୍ଡି ୬୩ ନମ୍ବର ଜାତୀୟ ରାଜପଥରେ ହତ୍ୟାକାଣ୍ଡ ଘଟିଛି। ପୂର୍ବରୁ ଶତ୍ରୁତାକୁ ନେଇ ବିଚ୍‌ ରାସ୍ତାରେ ହତ୍ୟାକାଣ୍ଡ ଘଟିଛି । ଜଣେ ବ୍ୟକ୍ତିଙ୍କ ଛୁରାମାଡ଼ରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି।

ଗୁରୁତର ଥିବା ବ୍ୟକ୍ତି ଜଣଙ୍କ ହେଲେ ଲକ୍ଷ୍ମଣ ହରିଜନ ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ତେବେ କେଉଁ କାରଣ ପାଇଁ ପୂର୍ବ ଶତ୍ରୁତାକୁ ଲାଗି ରହିଥିଲା । ତାହା ପୋଲିସର ଅଧିକ ତଦନ୍ତ ହେଲେ ସ୍ପଷ୍ଟ ହୋଇଯିବା ବୋଲି ସ୍ଥାନୀୟ ଲୋକ ଆଶା କରିଛନ୍ତି ।

Comments are closed.