ଭାରତୀୟ ଯବାନଙ୍କ କବଜାରେ ଚୀନ୍ ଯବାନ
![](https://www.odishalink.com/wp-content/uploads/2021/01/army.png)
ନୂଆଦିଲ୍ଲୀ: ପୂର୍ବ ଲଦାଖ ଚୁସୁଲ ସେକ୍ଟରର ଗୁରୁଙ୍ଗ ପାହାଡ଼ ନିକଟରେ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିଥିବା ଜଣେ ଚୀନ ସୈନିକଙ୍କୁ ଅଟକ ରଖିଛନ୍ତି ଭାରତୀୟ ସେନା। ବାଟ ଭୁଲିଯାଇ ପିପୁଲ ଲିବରେସନ ପାର୍ଟିର ସୈନିକ ଭାରତୀୟ ସୀମା ଭିତରେ ଅନୁପ୍ରବେଶ କରିିଥିବା ଜଣା ପଡ଼ିଛି।
ଅଟକ ଚୀନ ସେନାକୁ ଜେରା କରାଯାଉଛି। ଭାରତୀୟ ସେନା କହିଛି ପ୍ରକୃତରେ କେଉଁ ପରିସ୍ଥିତିରେ ଚୀନ ଆର୍ମି ସୈନିକ ଭାରତ ସୀମାରେ ଅନୁପ୍ରବେଶ କରିଥିଲେ ସେ ଏନେଇ ତଦନ୍ତ କରାଯିବ। ପଚରା ଉଚରା ପରେ ଚୀନ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇପାରେ।
ମିଳିଥିବା ସୁଚନା ଅନୁସାରେ ଜାନୁଆରୀ ୮ତାରିଖରେ ଏଲଏଏସିର ଭାରତୀୟ ସୀମା ଭିତରକୁ ଚୀନର ଜଣେ ସେନା ପଶିଆସିଥିଲା। ସେଠାରେ ମୁତୟନ ଥିବା ଭାରତୀୟ ସେନା ତାକୁ ଅଟକ ରଖିଛନ୍ତି।
Comments are closed.