ଅଭିନେତା ସୋନୁ ସୁଦ ବମ୍ବେ ହାଇକୋର୍ଟ ଦ୍ୱାରସ୍ଥ
ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ ବମ୍ବେ ହାଇକୋର୍ଟ ଦ୍ୱାରସ୍ଥ। ଉପନଗର ଜୁହାଉ ସ୍ଥିତ ଆବାସିକ କୋଠାରେ ବିନା ଅନୁମତିରେ ଅବୈଧ ଭାବେ ଗଠନମୂଳକ ପରିବର୍ତ୍ତନ କରିଥିବା ଅଭିଯୋଗରେ ଵୃହନମୁମ୍ବାଇ ମହାନରପାଳିକା (ବିଏମସି) ଦ୍ୱାରା ଜାରି ନୋଟିସ୍ ଜାରି କରିଥିଲା। ସେ ବିରୋଧରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୋନୁ।
ସୋନୁ ସୁଦ ଆଡଭୋକେଟ୍ ଡି.ପି ସିଂହ କହିଛନ୍ତି, ଆବେଦନକାରୀ ସୋନୁ ସୁଦ୍ କୋଠାରେ କୌଣସି ଅବୈଧ ନିର୍ମାଣ କରିନାହାନ୍ତି ଯେଉଁଥିପାଇଁ ବିଏମସିର ଅନୁମତି ଆବଶ୍ୟକ।
ମହାରାଷ୍ଟ୍ର କ୍ଷେତ୍ରୀୟ ଏବଂ ନଗର ଯୋଜନା ଅଧିନିୟମ ଅନୁସାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ବମ୍ବେ ହାଇକୋର୍ଟର ବିଚାରପତି ପୃଥ୍ଵୀରାଜ ଚୌହାନ ଏକ ସଦସ୍ୟ ପୀଠ ସୋମବାର ଦିନ ଏହି ଆବେଦନର ଶୁଣାଣି କରିବେ।
ତେବେ ଗତ ବର୍ଷ ବିଏମସିରୁ ନୋଟିସ ପାଇବା ପରେ ସୋନୁ ସୁଦ୍ ସିଭିଲ୍ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ସେଠାରେ ତାଙ୍କୁ ଆଶ୍ବସ୍ତି ନ ମିଳିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତ ସପ୍ତାହରେ ବିଏମସି ଜୁହୁ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲା ଯେ ବିନା ଅନୁମତିରେ ଆବାସିକ ଭବନକୁ ହୋଟେଲରେ ପରିଣତ କରିବା ଅଭିଯୋଗରେ ଏଫଆଇଆର ପଞ୍ଜିକରଣ କରିବାକୁ ଦାବି କରିଥିଲା।
ବିଲଡିଂ ଯାଞ୍ଚ କରିବା ପରେ ବିଏମସି ପୋଲିସକୁ ଏକ ଅଭିଯୋଗ ପତ୍ର ଜାରି କରିଥିଲା। ଯାଞ୍ଚରେ ବିଏମସି ଜାଣିବାକୁ ପାଇଥିଲା ଯେ ସୋନୁ ସୁଦ ନିର୍ଦ୍ଦେଶ ପାଳନ କରିନାହାଁନ୍ତି ଏବଂ ଗତ ବର୍ଷ ଅକ୍ଟୋବରରେ ନୋଟିସ ଦିଆଯିବା ସତ୍ତ୍ୱେ ବେଆଇନ ନିର୍ମାଣ କାର୍ଯ୍ୟ ଜାରି ରହିଥିଲା। ତେବେ ପୋଲିସ ଏପର୍ଯ୍ୟନ୍ତ ଏଫ୍ଆଇଆର୍ ପଞ୍ଜୀକୃତ କରିନାହିଁ।
Comments are closed.