ଟ୍ରକ୍ କୁ ଧକ୍କା ଦେଲା କାର୍: ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ପାରାଦୀପ : ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ଏହି ଅଭାବନୀୟ ଘଟଣାଟି କଟକ-ପାରାଦୀପ ରାସ୍ତାରେ ଘଟିଛି।
ସୂଚନା ଅନୁଯାୟୀ, କିଛି ମାସ ତଳେ ବିବାହ କରିଥିବା ଶ୍ରୀକାନ୍ତ ତାଙ୍କ ପତ୍ନୀଙ୍କୁ ନେଇ ଦାରିଙ୍ଗବାଡ଼ି ଓ ଅନ୍ୟ କିଛି ସ୍ଥାନକୁ ବୁଲାବୁଲି କରିବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ଗାଁ ଜଗତସିଂହପୁରର ଆଶ୍ରମପାଟଣାକୁ ଯାଇଥିଲେ।
ସେଠାରୁ ଆଜି ସକାଳେ କାର ଯୋଗ ପାରାଦୀପ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। କାର୍ଟି ଦ୍ରୁତ ଗତିରେ ଆସୁଥିବା ବେଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି ଓ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
Comments are closed.