ସ୍କୁଲ ଫି’ ଛାଡ଼ ପ୍ରସଙ୍ଗ, ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିଲା ପରେ ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲ ଫି ଛାଡ଼ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ମନ୍ତ୍ରୀ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଏଯାଏଁ ବିଭାଗ ନିକଟକୁ ପହଞ୍ଚି ନାହିଁ। ଗଣମାଧ୍ୟମରୁ ହିଁ ସମସ୍ତ କଥା ଜାଣିବା ପାଇଁ ମିଳିଛି। ତେଣୁ ଆଗାମୀ ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିଲା ପରେ ହିଁ ଗଣିଶିକ୍ଷା ବିଭାଗ ସ୍କୁଲ ଫି’ ଛାଡ଼ ପ୍ରସଙ୍ଗରେ ନିଷ୍ପତ୍ତି ନେବ।
ସ୍କୁଲ ଫି ଛାଡ଼ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି ହାଇକୋର୍ଟ। ସରକାର ଚାହିଁଲେ ଘରୋଇ ସ୍କୁଲ୍ ଫି ହ୍ରାସ କରିବା ନେଇ ନିର୍ଦ୍ଦେଶ ଜାରି କରିପାରିବେ। କୌଣସି ଘରୋଇ ସ୍କୁଲ ନିର୍ଦ୍ଦେଶ ଅବମାନନା କଲେ ସରକାର ତାହାର ଏନ୍ଓସି ମଧ୍ୟ ପ୍ରତ୍ୟାହାର କରିପାରିବେ। ଫି କୁ ନେଇ କୌଣସି ଘରୋଇ ସ୍କୁଲ୍ ଲାଭଖୋର ହୋଇପାରିବେ ନାହିଁ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି।
୧୯୯୬ ମସିହା ସେପ୍ଟେମ୍ବର ୨୩ରେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ରିଜୋଲ୍ୟୁସନ ଆଧାରରେ ରାଜ୍ୟ ସରକାର ଫି ଧାର୍ଯ୍ୟ କରିପାରିବେ। ଯେକୌଣସି ଫି ବୃଦ୍ଧି କରିବା ପାଇଁ ଅଭିଭାବକଙ୍କ ସହ ଆଲୋଚନା କରାଯିବ ଓ ପାଠ୍ୟକ୍ରମ ମଝିରେ ଫି ବୃଦ୍ଧି କରାଯାଇପାରିବ ନାହିଁ ବୋଲି ରିଜୋଲ୍ୟୁସନରେ ଦର୍ଶାଯାଇଥିଲା। ଗତ ୭ ତାରିଖରେ ହାଇକୋର୍ଟ ସ୍କୁଲ ଫି ମାମଲାର ଶୁଣାଣି ଅନ୍ତ ଘଟାଇଥିଲେ।
Comments are closed.