ଶପଥ ନେବା ପୂର୍ବରୁ ପ୍ରତିଶ୍ରୁତି ପାଳନ କଲେ ଜୋ-ବାଇଡ଼େନ
![](https://www.odishalink.com/wp-content/uploads/2021/01/joe-biden.jpg)
ଓ୍ବାଶିଙ୍ଗ୍ଟନ: ଆସନ୍ତା ୨୦ ତାରିଖରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ- ବାଇଡ଼େନ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଶପଥ ଗ୍ରହଣ ପୂର୍ବରୁ ସେ ତାଙ୍କର ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଛନ୍ତି। କରୋନା ମହାମାରୀ ଯୋଗୁଁ ଧ୍ୱସ୍ତ ବିଧ୍ୱସ୍ତ ହୋଇପଡିଥିବା ଆମେରିକା ଅର୍ଥନୀତିର ସୁଧାର ଆଣିବାକୁ ସେ ୧.୯ ଟ୍ରିିଲିୟନ ଡଲାର ବା ୧୩୮ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି।
ସେ ଶପଥ ନେବା ପରେ ଏହାକୁ ଆମେରିକାର ଉଭୟ ସଂସଦରେ ପାରିତ କରାଯିବ। ଏହି ପ୍ୟାକେଜ ଲାଗୁହେଲେ ପ୍ରତିଟି ଆମେରିକୀୟ ନାଗରିକଙ୍କ ଖାତାକୁ ୧୪ ଶହ ଡଲାର ବା ଭାରତୀୟ ମୁଦ୍ରାରେ ୩୦ ହଜାର ଟଙ୍କା ଦିଆଯିବ। ଏହାସହ ଏହି ସହାୟତା ପ୍ୟାକେଜରେ ବି କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ସହାୟତା ଯୋଗାଇ ଦିଆଯିବ। ଏହାକୁ ଆମେରିକାନ ରେସ୍କ୍ୟୁ ପ୍ୟାକେଜ୍ ନାମ ଦିଆଯାଇଛି।
ଅନ୍ୟପଟେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳା ଫଳକୁ ନେଇ ଏବେ ବି ବିଭ୍ରାଟ ଲାଗି ରହିଛି। ବର୍ତ୍ତମାନ ରାଷ୍ଟ୍ରପତି ଥିବା ଡୋନାଲ୍ଡ ଟ୍ରମ୍ପ୍ ଏବେ ବି ତାଙ୍କ ପରାଜୟକୁ ସ୍ୱିକାର କରି ନାହାନ୍ତି। ଏନେଇ ଅଫିସିଆଲ ଭୋଟ ଗଣତି ଦିନ ତାଙ୍କର କିଛି ସମର୍ଥକ କ୍ୟାପିଟଲ ହଲରେ ପଶି ହଙ୍ଗାମା କରିଥିଲେ।
ଏହା ପରେ ଆମେରିକା ସଂସଦ ପକ୍ଷରୁ ଟ୍ରମ୍ପ୍ ଙ୍କ ନାମରେ ଦ୍ୱିତୀୟଥର ପାଇଁ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଛି। ହେଲେ ସେ ଯଦି ସ୍ୱଇଚ୍ଛାରେ ପଦ ନଛାଡନ୍ତି ତାହେଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
Comments are closed.