Odisha Link
Bridging the Missing Links in Odisha

୧୯ ରେ କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ପରବର୍ତ୍ତୀ ବୈଠକ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ନବମ ରାଉଣ୍ଡ ବୈଠକ ଶେଷ ହୋଇଛି। ତେବେ ନବମ ରାଉଣ୍ଡ ବୈଠକରୁ ମଧ୍ୟ କୌଣସି ସମାଧାନର ରାସ୍ତା ବାହାରିପାରିନାହିଁ। ଆସନ୍ତା ଜାନୁଆରୀ ୧୯ ତାରିଖ ଦିନ ୧୨ଟାରେ ପରବର୍ତ୍ତୀ ବୈଠକ ବସିବ। ତେବେ କୃଷକ ସଂଗଠନ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଜି ହୋଇଥିବା ବୈଠକରେ କୃଷି ଆଇନ୍ ସମ୍ପର୍କରେ ଆଲୋଚନା ହୋଇଥିଲା।

କିନ୍ତୁ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ଅଡି ବସିଥିଲେ ଚାଷୀ ସଂଗଠନ। ଦେଢ ମାସରୁ ଅଧିକ ସମୟ ଧରି ଦିଲ୍ଲୀ ସୀମାରେ ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ, ସରକାରଙ୍କ ସହ ବାରମ୍ବାର ବୈଠକ ପରେ ବି କୌଣସି ନିଷ୍କର୍ସ ବାହାରିପାରୁନାହିଁ। ଆଉ ଏହାରି ଭିତରେ ଅପେକ୍ଷା ଆସନ୍ତା ଜାନୁଆରୀ ୧୯ ତାରିଖକୁ, ଯେତେବେଳେ କୃଷକ ସଂଗଠନ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ପୁଣି ଥରେ ବୈଠକ ବସିବ।

Comments are closed.