ବାଇକ୍ ଉପରେ ଚଢ଼ିଗଲା ଟ୍ରକ୍: ଚାଲିଗଲା ଜଣଙ୍କ ଜୀବନ
![](https://www.odishalink.com/wp-content/uploads/2020/11/accident-700x430.jpg)
ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଶୈଲଙ୍ଗ ସର୍ଭିସ୍ ରୋଡ଼ରେ ଟ୍ରକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକ ଜଣଙ୍କ ବାଇକ୍ ଯୋଗେ ବଜାରକୁ ଯାଉଥିବା ସମୟରେ ବିପରୀତ ରାସ୍ତାରେ ଆସୁଥିବା ଟ୍ରକଟି ତାଙ୍କ ବାଇକ୍ ଉପରେ ଚଢି ଯାଇଥିଲା। ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।
ଯୁବକ ଜଣଙ୍କ ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ଘଷିପୁରା ପୋଲିସ ପହଞ୍ଚି ଗାଡି ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି। ବାଇକ୍ ରେ ଥିବା ଅନ୍ୟ ଦୁଇ ଜଣ ଗୁରୁତର ଆହତ ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
Comments are closed.