ସେନା ଦିବସରେ ଯବାନଙ୍କୁ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଲେ ଶାଶ୍ୱତ
![](https://www.odishalink.com/wp-content/uploads/2021/01/saswat.jpeg)
ପୁରୀ: ଜାତୀୟ ସେନା ଦିବସରେ ଯବାନକୁ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପୁରୀ କୁମ୍ଭାର ପଡ଼ାର ଯୁବଶିଳ୍ପୀ ଶାଶ୍ୱତ ରଞ୍ଜନ ଦାସ। ଦିଆସିଲ କାଠିରେ ତିଆରି କରିଛନ୍ତି ଭାରତୀୟ ସେନାର ଯୁଦ୍ଧ ଟ୍ୟାଙ୍କ। ଏଭଳି ଅଭିନବ ପ୍ରୟାସ କରି ସେ ସମସ୍ତଙ୍କୁ ଚକିତ କରିଛନ୍ତି। ତାଙ୍କର ଏଭଳି ବିରଳ କଳାକୃତି ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ପୂର୍ବରୁ ମଧ୍ୟ ସେ ଦିଆସିଲିରେ ଅନେକ କଳାକୃତି କରି ଲୋକଙ୍କୁ ଚକିତ କରିଛନ୍ତି। ଏବେ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟିଛନ୍ତି।
ପୂର୍ବରୁ ଶାସ୍ବତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରିଥିଲେ। ଖାଲି ସେତିକି ନୁହେଁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ବେଳେ ମଧ୍ୟ ସେ ଦିଆସିଲି କାଠିରେ ଅବିକଳ ପ୍ରତିମୂର୍ତ୍ତି ତିଆରି କରିଥିଲେ। ଯାହାର ଫଟୋ ସାରା ରାଜ୍ୟ ସମେତ ଦେଶରେ ଭାଇରାଲ ହୋଇଥିଲା। ସୋସିଆଲ ମିଡିଆରେ ମଧ୍ୟ ତାଙ୍କ କଳାକୃତିକୁ ଢ଼େର ପ୍ରଶଂସା କରାଯାଇଥିଲା। ସେ ପୂର୍ବରୁ ଗାଭାସ୍କର ଟ୍ରଫି ମଧ୍ୟ ଦିଆସିଲିକାଠିରେ ତିଆରି କରିଥିଲେ। ତେବେ ଜାତୀୟ ସେନା ଦିବସରେ ସେ ଯେଉଁ ଟ୍ୟାଙ୍କ ତିଆରି କରିଛନ୍ତି ସେଥିରେ ୨୨୫୪ ଦିଆସିଲି କାଠି ବ୍ୟବହାର କରିଛନ୍ତି। ପୂର୍ବରୁ ମହାପ୍ରଭୁଙ୍କ ମୂର୍ତ୍ତିରେ ସେ ୭୮୮୧ ଦିଆସିଲିକାଠି ବ୍ୟବହାର କରିଥିଲେ।
ଆଉ ନାଗର୍ଜୁନ ବେଶ ମୂର୍ତ୍ତି ବେଳେ ସେ ୩୬୩୫ଟି କାଟି ବ୍ୟବହାର କରି ମୂର୍ତ୍ତି ତିଆରି କରିଥିଲେ ଏବଂ ୩୫୦୦ ଦିଆସିଲି କାଠିରେ ଗାଭାସ୍କର ଟ୍ରଫି ପ୍ରସ୍ତୁତ କରିଥିଲେ। ଦିନ ରାତି ସୀମାନ୍ତରେ ଜାଗ୍ରତ ପ୍ରହରୀ ଭାବେ ପ୍ରତ୍ୟେକ ଭରାତୀୟ ତଥା ସମଗ୍ର ଭାରତ ବର୍ଷକୁ ରକ୍ଷା କରୁଥିବା ସେନା ଏହି ଦିବସକୁ ପାଳନ କରିଥାଏ। ତେବେ ଦେଶମାତୃକା ଲାଗି ଜୀବନ ଉତ୍ସର୍ଗ କରିଥିବା ଏହି ପ୍ରକୃତ ହିରୋ ମାନଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ସେ ଟ୍ୟାଙ୍କ ତିଆରି କରିଛନ୍ତି।
Comments are closed.