Odisha Link
Bridging the Missing Links in Odisha

ଆସୋଟେକ୍ ଲିମିଟେଡ୍‌ର ମାଲିକ ଗିରଫ, ଭୁବନେଶ୍ବରରେ ବିକୁଥିଲେ ଘର

ନୂଆଦିଲ୍ଲୀ: ଗ୍ରାହକମାନଙ୍କୁ ସୁନେଲି ସ୍ବପ୍ନ ଦେଖାଉଥିଲେ। ଗ୍ରାହକଙ୍କ ମନ ମୁତାବିକ ସ୍ବପ୍ନର ଘର ଦେଖାଉଥିଲେ। ପରେ ଗ୍ରାହକଙ୍କୁ ଠକୁଥିଲେ। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ରିଅଲ ଇଷ୍ଟେଟ୍ ସଂସ୍ଥା ‘ଆସୋଟେକ’ର ନିର୍ଦ୍ଦେଶକ ସଞ୍ଜୀବ ଶ୍ରୀବାସ୍ତବଙ୍କ ନାମରେ। କେବଳ ସେତିକି ନୁହେଁ ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ମଧ୍ୟ ଗିରଫ କରିଛି। ଚଳିତ ମାସ ୮ ତାରିଖରେ ନୋଏଡାରୁ ତାଙ୍କୁ ଗିରଫ କରାଯାଇଛି।

ଗୋଟିଏ ପ୍ରକଳ୍ପ ପାଇଁ ଗ୍ରାହକଙ୍କଠାରୁ ଟଙ୍କା ନେଇଯିବା ପରେ ତାକୁ ଅନ୍ୟ ପ୍ରକଳ୍ପରେ ବ୍ୟବହାର କରୁଥିଲେ। ପ୍ରତିଶୃତି ମୁତାବକ ସେ ଗ୍ରାହକଙ୍କୁ ଘର ଦେଉନଥିଲେ। ଗିରଫ ହୋଇଥିବା ଶ୍ରୀବାସ୍ତବ ଆସୋଟେକର ୨୬ରୁ ଅଧିକ କମ୍ପାନୀରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

ଗାଜିଆବାଦରେ ସୁଧିର ଗୁପ୍ତା ନାମକ ଜଣେ ବ୍ୟବସାୟୀ ୪୦ଟି ଫ୍ଲାଟ ବୁକିଂ କରିଥିଲେ। ପେମେଣ୍ଟ ଯୋଜନା ଅନୁସାରେ ବୁକିଂ କରିବାର ୬୦ ଦିନ ଭିତରେ ୩୦ ପ୍ରତିଶତ ଟଙ୍କା ଦେଇଥିଲେ କିନ୍ତୁ କିଛି ଦିନ ପରେ ସେହି ସବୁ ଫ୍ଲାଟ ଅନ୍ୟଜଣଙ୍କ ନାଁରେ ହୋଇଯାଇଥିଲା। ଏହାପରେ ସୁଧିର ଗୁପ୍ତା ଏନେଇ ଏକ ମାମଲା ଦାୟର କରିଥିଲେ। ଏହାପରେ ସଞ୍ଜୀବ ଶ୍ରୀବାସ୍ତବଙ୍କ ସତ ପଦାରେ ପଡ଼ିଥିଲା।

ସୂଚନାଥାଉକି, ଦିଲ୍ଲୀ ଏନସିର୍ ସମେତ ଭୁବନେଶ୍ବର ଓ ଦେଶର ଅନ୍ୟ ସହରରେ ମଧ୍ୟ ଆସୋଟେକ୍ ପକ୍ଷରୁ ଆପାର୍ଟମେଣ୍ଟ ବିକ୍ରି ହେଉଛି। ଭୁବନେଶ୍ବର ଉପକଣ୍ଠରେ ରୁଦ୍ରପୁର ଠାରେ ଆସୋଟେକ୍ ପ୍ରାଇଡ୍ ନାମରେ ଏକ ବିଶାଳ ଆପାର୍ଟମେଣ୍ଟ କମ୍ପ୍ଲେକ୍ସ ନିର୍ମାଣ କରୁଛି ଏହି ସଂସ୍ଥା।

Comments are closed.