କରୋନା ଟିକା: ଫିଡ୍ବ୍ୟାକ୍ ନେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜିଠୁ ସାରା ଦେଶରେ ଆରମ୍ଭ ହେଲା କରୋନା ଟିକାକରଣ। ଓଡ଼ିଶାରେ ବି ଆଜି କରୋନା ଟିକାକରଣ ଆରମ୍ଭ ହୋଇଛି। ଆଜି ଦିନ ୧୧ଟା ୫ରେ କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମେ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଟିକା ନେଇଛନ୍ତି।
ଦ୍ୱିତୀୟରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଟିକା ନେଇଛନ୍ତି। ତେବେ ଟିକାକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫିଡ୍ବ୍ୟାକ୍ ନେଇଛନ୍ତି। ଭିଡ଼ିଓ କନଫରେନ୍ସିଂ ଜରିଆରେ ନବୀନ ବିଭିନ୍ନ ହସ୍ପିଟାଲରୁ ଫିଡ୍ବ୍ୟାକ୍ ନେଇଛନ୍ତି। ଏହି ଅବସରରେ ନବୀନ କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ଟିକା ନେଇଥିବା ସଫେଇ କର୍ମଚାରୀଙ୍କ ସହ କଥା ହୋଇଛନ୍ତି।
ଏହାଛଡ଼ା ବ୍ରହ୍ମପୁର ସିଟି ହସ୍ପିଟାଲରେ ପ୍ରଥମ ଟିକା ନେଇଥିବା ଡାକ୍ତର ଅନୁଭୂତି କହିଥିଲେ। ଫିଡ଼ବ୍ୟାକ୍ ନେବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ଗତ ୧୦ ମାସ ହେଲା ଆମ କୋଭିଡ ଯୋଦ୍ଧାମାନେ ସଂଗ୍ରାମ କରୁଛନ୍ତି। ଆପଣମାନଙ୍କ ତ୍ୟାଗ ଆମେ କେବେ ଭୁଲିପାରିବୁ ନାହିଁ ବୋଲି ନବୀନ କହିଛନ୍ତି। ଏହାଛଡ଼ା ମୁଖ୍ୟମନ୍ତ୍ରୀ ଟିକାକରଣ ପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହଯୋଗ ଲୋଡ଼ିଛନ୍ତି।
Comments are closed.