ଆଜିଠାରୁ ସାରା ଦେଶରେ ଟିକାକରଣ

ଭୁବନେଶ୍ବର : ଆଜିଠାରୁ ସାରା ଦେଶରେ ହେବ ଟିକା କରଣ। ଦେଶର ବିଭିନ୍ନ ସହର ସମେତ ଓଡ଼ିଶାର ୧୬୧ଟି କେନ୍ଦ୍ରରେ କରୋନା ଟିକା ପ୍ରଦାନ କରାଯିବ। ଆଜି ସକାଳ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ପରେ ଟିକାଦାନ ଆରମ୍ଭ ହେବ।
ଭୁବନେଶ୍ବର ଓ ସୁନ୍ଦରଗଡ଼ର ଦୁଇଟି ସ୍ଥାନ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଡ଼ି ହେବ। ସେହିପରି ମୁଖ୍ୟମନ୍ତ୍ରୀ ମଧ୍ୟ ଦିନ ୧୨ଟାରେ ହିତାଧିକାରୀଙ୍କ ସହିତ ଆଲୋଚନା କରିବେ।
ଯେଉଁମାନେ ଟିକା ନେବେ, ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମେସେଜ୍ ଦିଆଯାଇଛି। କେଉଁ ଟିକାଦାନ କେନ୍ଦ୍ରକୁ ଯିବାକୁ ହେବ, ସେ ସଂପର୍କରେ ମେସେଜ୍ରେ ଉଲ୍ଲେଖ ରହିଛି। ପ୍ରତ୍ୟେକ ଟିକାଦାନ କେନ୍ଦ୍ରରେ ଦୈନିକ ୧୦୦ଜଣଙ୍କୁ ଟିକା ପ୍ରଦାନ କରାଯିବ।
Comments are closed.