ଲାଲଗଡ଼ରେ ଉଡ଼ିଲା ତ୍ରିରଙ୍ଗା
ମାଲକାନଗିର: ଆଜି ଲାଲଗଡ଼ରେ ତ୍ରିରଙ୍ଗା ଉଡ଼ିଛି। ସ୍ଥାୟୀତ୍ୱ ହେଲା ବିଏସ୍ଏଫ୍ କ୍ୟାମ୍ପ। ଘାଟିରେ ଲକ୍ଷ୍ୟ ଭେଦି ନକ୍ସଲ ଗଡ଼ରେ କ୍ୟାମ୍ପ ଗଢ଼ିଲେ ଯବାନ। ଲାଲଗଡ଼ରେ ସୁରକ୍ଷା ବାହିନୀର ବଡ଼ ସଫଳତା। ଘାଟି ମଣିଷର ସୁରକ୍ଷା ଲାଗି ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିରେ ବିଏସ୍ଏଫ୍ କ୍ୟାମ୍ପ ସ୍ଥାପନ କରାଯାଇଛି। ମାଲକାନଗିରି ଏସପି ରିଷିକେଶ ଖିଲାରି ଓ ବିଏସଏଫ ୧୫ ବାଟାଲିୟନର ଏକ ସ୍ୱତନ୍ତ୍ର ପ୍ଲାଟୁନ ଫୋର୍ସ ପହଞ୍ଚି ବଣ୍ଡାଘାଟିର ଦୁର୍ଗମ ଅଣ୍ଡ୍ରାହଲ ଠାରେ କ୍ୟାମ୍ପ ପ୍ରତିଷ୍ଠା କରିଛନ୍ତି।
ଘାଟିର ଘଞ୍ଚ ଜଙ୍ଗଲରେ କ୍ୟାମ୍ପ ବସାଇବାକୁ ପ୍ରସ୍ତୁତି ସରିଛି। ତେବେ ଦୀର୍ଘଦିନରୁ ବଣ୍ଡାଘାଟିରେ କ୍ୟାମ୍ପ କରିବାକୁ ଯୋଜନା ରଖିଥିଲା ଜିଲ୍ଲା ପୋଲିସ। କିନ୍ତୁ ମାଓବାଦୀଙ୍କ ପତିଆରା ଥିବାରୁ ଏହା ସମ୍ଭବ ହୋଇପାରୁନଥିଲା, ହଠାତ ସୁରକ୍ଷା ଟିମକୁ ନେଇ ଅସ୍ଥାୟୀ ବିଏସ୍ଏଫ୍ କ୍ୟାମ୍ପ ବସାଯାଇଛି। ସ୍ୱାଭିମାନ ଅଞ୍ଚଳରେ ଯବାନଙ୍କ କଡା ମୁକାବିଲା କରୁଥିବା ଲାଲବାହିନୀ ବଣ୍ଡାଘାଟିର ଦୁର୍ଗମ ଗଡ଼ରେ ନିଜର ସ୍ଥିତି ଜାହି କରୁଥିଲା। ହେଲେ ବିଏସଏଫ କ୍ୟାମ୍ପ ଗଢିବା ପରେ ଲାଲ ସଂଗଠନର ମୂଳତପୋଟନ୍ ହେବା ସହିତ ଘାଟି ଅଞ୍ଚଳରେ ବିକାଶ ତ୍ୱରାନିତ ହେବ ବୋଲି କହିଛନ୍ତି ମାଲକାନଗିରି ଏସପି।
Comments are closed.