ଏଥର କିନ୍ନରଙ୍କୁ ମିଳିବ ପୋଲିସ ଚାକିରି
ବିହାର: କିନ୍ନର ମାନଙ୍କୁ ମିଳିବ ପୋଲିସ ବିଭାଗରେ ଚାକିରି। ଏନେଇ ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସୁଶାସନ ବାବୁଙ୍କ ଘୋଷଣା ମୁତାବକ ଏଣିକି ବିହାରର ପୋଲିସ ବିଭାଗରେ କିନ୍ନର ମାନଙ୍କୁ ସିଧା ସଳଖ ନିଯୁକ୍ତି ଦିଆଯିବ। ସେମାନଙ୍କୁ ସିପାହୀ ଓ ଦାରୋଗା ପଦବୀରେ ନିଯୁକ୍ତି ମିଳବ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି।
ରାଜ୍ୟରେ ବଢ଼ୁଥିବା ଅପରାଧୀକ କାର୍ଯ୍ୟକଳାପକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। କିନ୍ନର ମାନଙ୍କୁ ସିପିହୀ ପଦବୀରେ ନିଯୁକ୍ତି ଦେବାର ସମ୍ପୁର୍ଣ୍ଣ କ୍ଷମତା ପୋଲିସ ଅଧିକ୍ଷକଙ୍କ ପାଖରେ ରହିବ ଓ ଦାରୋଗା ପଦବୀରେ ନିଯୁକ୍ତି ଦେବାର ଅଧିକାର ପୋଲିସ ମହାନିରୀକ୍ଷକସ୍ତରୀୟ ପଦାଧିକାରୀଙ୍କ ପାଖରେ ରହିବ ବୋଲି ସୂଚନା ମିଳିଛି। ଏହାସହ ଆଗାମୀ ଦିନରେ ପୋଲିସ ବିଭାଗରେ କିନ୍ନରଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି।
ଏହି କ୍ରମରେ ପ୍ରତି ୫ ଶହ ସାଧାରଣ ପୋଲିସ ପଦବୀ ନିଯୁକ୍ତିରେ ଗୋଟିଏ ପଦବୀ କିନ୍ନରଙ୍କ ପାଇଁ ସଂରକ୍ଷିତ ରହିବ। ଏହି ପଦବୀରେ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା ସାଧାରଣ ସମାନ ଥିବା ବେଳେ ଶାରୀରିକ ଯୋଗ୍ୟତା ମହିଳା ପ୍ରାର୍ଥୀଙ୍କ ଭଳି ରହିବ ବୋଲି ଘୋଷଣାପତ୍ରରେ କୁହାଯାଇଛି । ସୂଚନା ଥାଉକି ୨୦୧୯ ମସିହାରେ ବିହାରରେ ଅନୁଷ୍ଠିତ ହୋଇଥିଲା ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ ପ୍ରଥମଥର ପାଇଁ ରୋଜଗାର ଏକ ମୁଦ୍ଦା ପାଲଟିଥିଲା। ଏଥିରେ ଆରଜେଡିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ସରକାର ଗଠନ କଲେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବେ ବୋଲି କହିଥିବା ବେଳେ ଏହାକୁ ନେଇ ନୀତିଶ ଓ ବିଜେପି କଟାକ୍ଷ କରୁଥିଲେ।
Comments are closed.